Odisha Link
Bridging the Missing Links in Odisha

କାଳବୈଶାଖୀ ବର୍ଷା ହେବାର ସମ୍ଭାବନା, ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଓଏଲ୍‌ ବ୍ୟୁରୋ: ବଦଳିଲା ପାଗ। ଅସହ୍ୟ ତାତି ଭିତରେ ଆଗାମୀ ୩ଘଣ୍ଟା ପାଇଁ ବର୍ଷା ଆଲର୍ଟ ଜାରି ହୋଇଛି। ବିଜୁଳି, ଘଡ଼ଘଡ଼ି ସହ ବର୍ଷା ନେଇ ଆଲର୍ଟ ଜାରି କରାଯାଇଛି। ବର୍ଷା ପାଇଁ ୧୧ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି। ୩୦ରୁ ୪୦କିମି ଝଟ୍‌କା ପବନ ନେଇ ଆଲର୍ଟ ଜାରି କରାଯାଇଛି। ପୁରୀ, ଜଗତସିଂହପୁର, କଟକ, ଭୁବନେଶ୍ବର, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ଗଜପତି, ଗଞ୍ଜାମ, କୋରାପୁଟ ଓ ନୟାଗଡ଼ ଜିଲ୍ଲାକୁ ସତର୍କ କରାଯାଇଛି।