Odisha Link
Bridging the Missing Links in Odisha

ଭକ୍ତଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା: ପୁନଃବାସ ହେବ ପୁରୀରେ ଭଙ୍ଗା ଯାଇଥିବା ମଠ

ଓଏଲ୍‌ ବ୍ୟୁରୋ: ପରିକ୍ରମା ପ୍ରକଳ୍ପ ବେଳେ ପୁରୀରେ ଭଙ୍ଗାଯାଇଥିଲା ଅନେକ ମଠ, ମନ୍ଦିର। ପରିକ୍ରମା ପ୍ରକଳ୍ପ ବେଳେ ଭଙ୍ଗା ଯାଇଥିବା ମଠ, ମନ୍ଦିରର ପୁନଃବାସ କରାଯିବ। ୧୯ଟି ମଠକୁ ପୁନଃବାସ ପାଇଁ ମୋହନ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଗୋଟିଏ ଜାଗାରେ ମଠ ଗୁଡ଼ିକର ବିଜେସ୍ଥଳୀ ସ୍ଥାପନ ହେବ। ଏନେଇ ପୁରୀରେ ଜାଗା ଚିହ୍ନଟ ହୋଇଛି। ଗୋଟିଏ ଜାଗାରେ ବିଜେସ୍ଥଳୀ ରହିଲେ ଭକ୍ତଙ୍କ ପାଇଁ ସୁବିଧା ହେବ ବୋଲି ରାଜସ୍ୱ ମନ୍ତ୍ରୀ କହିଛନ୍ତି।