ମେ’୨୬ରେ ସାବିତ୍ରୀ ଆମାବାସ୍ୟା ଛୁଟି, ୨୭ରେ ଖୋଲା ରହିବ ସମସ୍ତ ସରକାରୀ ଅଫିସ୍

ଓଏଲ୍ ବ୍ୟୁରୋ: ମେ’୨୬ରେ ପବିତ୍ର ସାବିତ୍ରୀ ବ୍ରତ। ନାରୀ ମାନଙ୍କ ପାଇଁ ଏହି ବ୍ରତ ଏକ ଶ୍ରେଷ୍ଠ ଓ ପ୍ରିୟ ବ୍ରତ। ସ୍ୱାମୀଙ୍କ ମଙ୍ଗଳ ଓ ଦୀର୍ଘାୟୁ କାମନା କରି ବ୍ରତ ପାଳୁନ୍ତି ସ୍ତ୍ରୀ। ଲକ୍ଷ୍ମୀନାରାୟଣଙ୍କ ପୂଜା କରି ସ୍ୱାମୀଙ୍କ ମଙ୍ଗଳ କାମନା କରନ୍ତି। ସାବିତ୍ରୀଙ୍କ ପତିଭକ୍ତିକୁ ମନେ ପକାଇ କରନ୍ତି ପୂଜାର୍ଚ୍ଚନା। ପ୍ରତି ବର୍ଷ ଜ୍ୟେଷ୍ଠ ମାସ ଅମାବାସ୍ୟାରେ ସାବିତ୍ରୀ ବ୍ରତ ପାଳନ କରାଯାଏ। ଏହି ଦିନ ସରକାରୀ କାର୍ଯ୍ୟାଳୟ ବନ୍ଦ ରହେ। ତେବେ ଚଳିତ ବର୍ଷ ମେ’୨୬ରେ ସାବିତ୍ରୀ ଆମାବାସ୍ୟା ଛୁଟି ନେଇ ଘୋଷଣା କରାଯାଇଛି।
ମେ’ ୨୬ ତାରିଖରେ ସାବିତ୍ରୀ ଆମାବାସ୍ୟା ପାଳନ ନିଷ୍ପତ୍ତି ହୋଇଥିବାବେଳେ ମେ’ ୨୭ରେ ଖୋଲା ରହିବ ସମସ୍ତ ସରକାରୀ ଅଫିସ୍।ପୂର୍ବରୁ ସାବିତ୍ରୀ ଆମାବାସ୍ୟା ମେ’ ୨୭ ତାରିଖରେ ସ୍ଥିରୀକୃତ ହୋଇଥିଲା। ତେବେ ମେ’ ୨୬ ତାରିଖରେ ସାବିତ୍ରୀ ଆମାବାସ୍ୟା ପାଳନ ନିଷ୍ପତ୍ତି ହେବା ପରେ ମେ’୨୬ରେ ସାବିତ୍ରୀ ଆମାବାସ୍ୟା ଛୁଟି ନେଇ ଘୋଷଣା କରାଯାଇଛି।