ବନ୍ଧା ହେଲେ ED ଡେପୁଟି ଡାଇରେକ୍ଟର, ଲାଞ୍ଚ ନେଲା ବେଳେ ମାଡ଼ି ବସିଥିଲା CBI

ଓଏଲ୍ ବ୍ୟୁରୋ: ଇଡିର ଡେପୁଟି ଡାଇରେକ୍ଟର ଚିନ୍ତନ ରଘୁବଂଶୀଙ୍କୁ ବାନ୍ଧିଲା CBI। ଢେଙ୍କାନାଳର ଜଣେ ବ୍ୟବସାୟୀ ରତିକାନ୍ତ ରାଉତ ଜିନୁଙ୍କ ଠାରୁ ଲାଞ୍ଜ ନେବା ବେଳେ Ed ର ଡେପୁଟି ଡାଇରେକ୍ଟର ଚିନ୍ତନ ରଘୁବଂଶୀଙ୍କୁ ଗିରଫ କରିଛି CBI। ଏକ ମାମଲାକୁ ରଫାଦଫା କରିବାକୁ ୫୦ ଲକ୍ଷ ଟଙ୍କାର ଡିଲ୍ ହୋଇଥିଲା। ଚିନ୍ତନ ରଘୁବଂଶୀଙ୍କ ଠାରୁ ୨୦ ଲକ୍ଷ ନଗଦ ଟଙ୍କା ସହ ଧରିଛି CBI।
ସୂଚନା ଅନୁଯାୟୀ, ଜାନୁଆରୀ ମାସ ୮ ତାରିଖରେ ବ୍ୟବସାୟୀ ରତିକାନ୍ତ ରାଉତଙ୍କ ୧୪ଟି ଶିଳ୍ପ ପ୍ରତିଷ୍ଠା ଉପରେ ଇଡିର ଚଢାଉ ହୋଇଥିଲା। ରଘୁବଂଶୀ ତାଙ୍କ ବିରୁଦ୍ଧରେ ଏକ ଇଡି ମାମଲା ଖାରଜ କରିବା ପାଇଁ ଭୁବନେଶ୍ୱରର ଖଣି ଅପରେଟରଙ୍କ ଠାରୁ ବିପୁଳ ପରିମାଣର ଲାଞ୍ଚ ଦାବି କରୁଥିଲେ। ଶେଷରେ, ସେ ୫୦ ଲକ୍ଷ ଟଙ୍କାରେ ଲାଞ୍ଚ କାରବାର ସ୍ଥିର କରିଥିଲେ। ପ୍ରାଥମିକ ସୂଚନା ଅନୁଯାୟୀ, ୫୦ ଲକ୍ଷ ଟଙ୍କାର ଲାଞ୍ଚ କାରବାରରେ ପ୍ରଥମ କିସ୍ତି ଭାବରେ ୨୦ ଲକ୍ଷ ଟଙ୍କା ଗ୍ରହଣ କରୁଥିବା ସମୟରେ ସିବିଆଇର ଏକ ଦଳ ରଘୁବଂଶୀଙ୍କୁ ଗିରଫ କରିଛି ।