ସିକ୍କିମରେ ଦୁର୍ଘଟଣା: ସିକ୍କିମ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଓଏଲ୍ ବ୍ୟୁରୋ: ସିକ୍କିମରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣଙ୍କ ପ୍ରାଣହାନୀ ଘଟିଥିବା ନେଇ ସୂଚନା ରହିଛି। ୧୦ ଜଣ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଏକ ଗାଡ଼ି ଗତକାଲି ଗୁରୁବାର ଉତ୍ତର ସିକ୍କିମ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଚୁଙ୍ଗଥାଙ୍ଗ-ମୁନସିଥାଙ୍ଗ ମଧ୍ୟରେ ପ୍ରାୟ ୧ ହଜାର ଫୁଟ ତଳକୁ ତିସ୍ତା ନଦୀରେ ଖସିପଡିଥିଲା ଏହି ପର୍ଯ୍ୟଟକଙ୍କ ଗାଡି। ତେବେ ଏହି ଦୁର୍ଘଟଣାରେ ଆଇଟିବିପିର ଯବାନମାନେ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ। ଏଥିରେ କିଛି ଓଡ଼ିଆ ଲୋକ ଥିବା ସୂଚନା ରହିଛି।
ସିକ୍କିମର ତିସ୍ତା ନଦୀରେ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଖବର ବିଷୟରେ ଜାଣି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଏହି ବସରେ ଓଡ଼ିଶାର ଅନେକ ଯାତ୍ରୀ ଥିବାର ସୂଚନା ମିଳିବା ପରେ ଓଡ଼ିଶାର ଦୁର୍ଘଟଣାଗ୍ରସ୍ତ ଯାତ୍ରୀମାନଙ୍କର ଉଦ୍ଧାର, ଚିକିତ୍ସା ଓ ଓଡ଼ିଶା ପ୍ରତ୍ୟାବର୍ତ୍ତନ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ସିକ୍କିମ ସରକାରଙ୍କ ସହ ଆଲୋଚନା କରିଛନ୍ତି ଓ ଏହାର ସୁପରିଚାଳନା ପାଇଁ ଓଡ଼ିଶାରୁ ଅଧିକାରୀମାନଙ୍କର ଏକ ସ୍ବତନ୍ତ୍ର ଟିମ୍ ସିକ୍କିମ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଘଟଣା ସମ୍ପର୍କରେ ସିକ୍କିମ ମୁଖ୍ୟମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଲୋଚନା କରିଛନ୍ତି ।
ଅନ୍ୟପଟେ, ସିକ୍କିମରେ ପର୍ଯ୍ୟଟକ ଗାଡ଼ି ଦୁର୍ଘଟଣାରେ ଓଡ଼ିଶା ବିଜେପି ମହିଳା ମୋର୍ଚ୍ଚାର ରାଜ୍ୟ ସମ୍ପାଦିକା ଇତିଶ୍ରୀ ଜେନା ନିଖୋଜ ଥିବା ଜଣା ପଡିଛି। ଇତିଶ୍ରୀଙ୍କ ସମେତ ତାଙ୍କ ପରିବାରର ୪ ଜଣ ନିଖୋଜ ଥିବା ଜଣା ପଡିଥିଲା। ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି। ତେଣେ ଏହି ଘଟଣାରେ କୋରେଇ ବିଧାୟକ ଆକାଶ ଦାସ ନାୟକ ବଡ ସୂଚନା ଦେଇଛନ୍ତି, ଦୁର୍ଘଟଣାରେ ଇତିଶ୍ରୀଙ୍କ ପୁଅ ଓ ପୁତୁରା ସୁରକ୍ଷିତ ଉଦ୍ଧାର ହୋଇଛନ୍ତି। ଇତିଶ୍ରୀ ଜେନା ପରିବାରର ୧୧ ଜଣଙ୍କ ସହ ବୁଲିବାକୁ ଯାଇଥିଲେ। ୨ଟି ଗାଡ଼ିରେ ଯାଇଥିବାବେଳେ ଗୋଟିଏ ଗାଡ଼ି ଖାଇରେ ଗଳିପଡ଼ିଥିଲା। ସ୍ବତନ୍ତ୍ର ଟିମ୍ ସିକ୍କିମ ଯିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।