Odisha Link
Bridging the Missing Links in Odisha

ସଜେଇ ହୋଇଛି ଏକାମ୍ର କ୍ଷେତ୍ର, ପ୍ରଭୁ ଲିଙ୍ଗରାଜଙ୍କ ଶୀତଳ ଷଷ୍ଠୀ ଉତ୍ସବ

ଓଏଲ୍‌ ବ୍ୟୁରୋ: ଶ୍ରୀଲିଙ୍ଗରାଜଙ୍କ ଶୀତଳ ଷଷ୍ଠୀ ଉତ୍ସବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି। ପବିତ୍ର ଶୀତଳ ଷଷ୍ଠୀ ତଥା ମହାଦେବଙ୍କ ବିବାହ ଉତ୍ସବ ପାଇଁ ଚଳଚଞ୍ଚଳ ଏକାମ୍ର କ୍ଷେତ୍ର। ରଙ୍ଗୀନ ଲିଚୁ ଲାଇଟ୍, ବଡ଼ ବଡ଼ ତୋରଣ ସହ ଆଲୋକ ମାଳାରେ ସଜେଇ ହୋଇଛି ଏକାମ୍ର କ୍ଷେତ୍ର। ଚଣ୍ଡୀ ଚାମୁଣ୍ଡାଙ୍କ ସହ ଦେବା ଦେବୀଙ୍କୁ ନିମନ୍ତ୍ରଣ ଦିଆଯାଇସାରିଛି। ଆଉ ଶିବ ବିବାହ ପାଇଁ ସଜେଇ ହୋଇଛି ପୁରୁଣା ଭୁବନେଶ୍ୱର।

ଉଲ୍ଲେଖଯୋଗ୍ୟ, ଶୁକ୍ରବାର ରାତିରେ ମହାପ୍ରଭୁ ଲିଙ୍ଗରାଜ ମନ୍ଦିର ଛାଡ଼ ବଡ଼ ପଟୁଆରରେ ବରଯାତ୍ରୀ ଧରି କେଦାର ଗୌରୀ ମନ୍ଦିର ଯିବେ। ବିବାହ ଅନୁଷ୍ଠିତ ହେବା ପରେ ୩୧ତାରିଖ ରାତିରେ ପୁଣି କେଦାର ଗୌରୀ ମନ୍ଦିର ଛାଡ଼ି ଲିଙ୍ଗରାଜ ମନ୍ଦିରକୁ ଫେରିବେ ମହାପ୍ରଭୁ।