Odisha Link
Bridging the Missing Links in Odisha

ପରିବେଶ ଦିବସରେ ପରିବେଶବିତ୍‌ ମେଧା ପାଟେକର ଅଟକ

ଓଏଲ୍‌ ବ୍ୟୁରୋ: ଆଜି ହେଉଛି ବିଶ୍ୱ ପରିବେଶ ଦିବସ। ପରିବେଶକୁ ସୁରକ୍ଷିତ ରଖିବା ପାଇଁ ଏହି ଦିନ ପାଳନ କରାଯାଉଛି। ପରିବେଶକୁ ପ୍ରଦୂଷଣରୁ କିପରି ରୋକାଯାଇ ପାରିବ ସେନେଇ ସଚେତନତା ସୃଷ୍ଟି କରାଯାଉଛି। ଏସବୁ ଭିତରେ ରାୟଗଡ଼ା ବିଶିଷ୍ଟ ପରିବେଶବିତ୍‌ ମେଧା ପାଟେକରଙ୍କୁ ଅଟକ ରଖାଯାଇଛି। ରେଲୱେ ଷ୍ଟେସନ୍‌ରୁ ପୁଲିସ ଉଠାଇ ନେଇଥିବା ସୂଚନା ରହିଛି।କାଶୀପୁରରେ ଆୟୋଜିତ ସମାବେଶରେ ଯୋଗ ଦେଇଥାନ୍ତେ ମେଧା ପାଟେକର। ତାପୂର୍ବରୁ ମେଧା ପାଟେକରଙ୍କୁ ପୁଲିସ ଅଟକ ରଖିଛି। ତେବେ କେଉଁ କାରଣରୁ ମେଧା ପାଟେକରଙ୍କୁ ପୁଲିସ ଅଟକ ରଖିଛି ଏନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ।