Odisha Link
Bridging the Missing Links in Odisha

କୋରାପୁଟରେ ୬ ରୋଗୀଙ୍କ ମୃତ୍ୟୁ: ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ୍‌ରେ ସ୍ବାସ୍ଥ୍ୟମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ସାରା ରାଜ୍ୟରେ ଚହଳ ପକାଇଛି କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ହସ୍ପିଟାଲରେ ରୋଗୀଙ୍କ ମୃତ୍ୟୁ ଘଟଣା। ଗୋଟିଏ ରାତିରେ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ୫ ଜଣ ରୋଗୀଙ୍କ ମୃତ୍ୟୁ ଅଭିଯୋଗ ହୋଇଥିଲା। ସେଥିରୁ ଆଇସିୟୁ ସର୍ଜରିରେ ଥିବା ୩ ରୋଗୀଙ୍କ ମୃତ୍ୟୁ ହୋଇଥିବା ବେଳେ ୱାର୍ଡରେ ଥିବା ୨ ରୋଗୀଙ୍କ ମୃତ୍ୟୁ ହୋଇଛି। ଏହି ଘଟଣାର ଅନୁଧ୍ୟାନ ପାଇଁ ମେଡିକାଲ ଗସ୍ତ କରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ। କେଉଁ ପରିସ୍ଥିତିରେ ଏପରି ଘଟଣା ଘଟିଲା ତାର ସମୀକ୍ଷା କରିବେ। ମେଡିକାଲର ସମସ୍ତ କର୍ମଚାରୀଙ୍କୁ ଘଟଣା ନେଇ ପଚରାଉଚରା କରିବେ।

ସେହିପରି ଆଜି ଏସ୍‌ସିବିର ଆଉ ଦୁଇ ଜଣ ସହିଦ୍ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଯିବେ। ତଦନ୍ତ ପରେ ଆଜି ତଦନ୍ତ ରିପୋର୍ଟ ଦେବେ ତଦନ୍ତକାରୀ ଦଳ। ନର୍ସଙ୍କ ଭୁଲ ଇଞ୍ଜେକସନରୁ ୬ ରୋଗୀଙ୍କ ମୃତ୍ୟ ହୋଇଥିବା ନେଇ ପରିବାର ଲୋକ ଅଭିଯୋଗ କରିଛନ୍ତି । ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଆଜି ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଡିଏମଇଟି ଘଟଣାର ତଦନ୍ତ ପାଇଁ ବିଶେଷଜ୍ଞ କମିଟି ଗଠନ କରିଛନ୍ତି। ତଦନ୍ତ ସରିବା ପରେ ବ୍ୟବଚ୍ଛେଦ ରିପୋର୍ଟ ସହ ମେଳ କରାଯିବ। ଏହାପରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ।