Odisha Link
Bridging the Missing Links in Odisha

ପୁଣି ଘନକୁହୁଡ଼ିକୁ ନେଇ ସତର୍କ ସୂଚନା; ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଓଏଲ୍‌ ବ୍ୟୁରୋ: ପୁଣି ଘନକୁହୁଡ଼ିକୁ ନେଇ ସତର୍କତା ଜାରି ହୋଇଛି। କିଛି ଅଂଚଳରେ ସକାଳୁ ସକାଳୁ ଘରୁ ବାହାରିବା ହୋଇପଡ଼ୁଥିଲା ମୁସ୍କିଲ। ଦିଲ୍ଲୀରେ ଘନ କୁହୁଡ଼ିର ଆସ୍ତରଣ ପାଇଁ ଯାତାୟତ ବାଧାପ୍ରାପ୍ତ ହୋଇଛି। ସକାଳୁ ସକାଳୁ ପ୍ରବଳ ଶୀତ ସହ ଘନକୁହୁଡି ଯୋଗୁ ଜୀବନ ଯାତ୍ରା ପ୍ରଭାବିତ ହେଉଛି। ଘନ କୁହୁଡି ଯୋଗୁଁ ଦିଲ୍ଲୀ ବିମାନ ବନ୍ଦରରେ ବିମାନ ଉଡ଼ାଣରେ ବ୍ୟାଘାତ ସୃଷ୍ଟି ହୋଇଛି। ଆସନ୍ତାକାଲି ଘନକୁହୁଡ଼ି ନେଇ ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଅନୁଗୁଳ, ଢେଙ୍କାନାଳ, ଖୋର୍ଦ୍ଧା, ପୁରୀ, ନୟାଗଡ଼ ଓ କନ୍ଧମାଳକୁ ଘନକୁହୁଡ଼ିକୁ ନେଇ ସତର୍କତା ଜାରି ହୋଇଛି।