Odisha Link
Bridging the Missing Links in Odisha

ଜମ୍ମୁକାଶ୍ମୀର ବିଧାନସଭା ନିର୍ବାଚନ: ବିଜେପି ଜାରି କଲା ପ୍ରାର୍ଥୀ ତାଲିକା

ଓଏଲ୍‌ ବ୍ୟୁରୋ: ବାଜି ସାରିଛି ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନ ପାଇଁ ବିଗୁଲ। ୩ଟି ପର୍ଯ୍ୟାୟରେ ହେବ ଜମ୍ମୁ କଶ୍ମୀରର ୯୦ଟି ଆସନରେ ମତଦାନ। ଜମ୍ମୁ କଶ୍ମୀରରେ ସେପ୍ଟେମ୍ବର ୧୮ ତାରିଖରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବାବେଳେ ସେପ୍ଟେମ୍ବର ୨୫ରେ ଦ୍ବିତୀୟ ଓ ଅକ୍ଟୋବର ୧ ତାରିଖରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ହେବ। ଫଳାଫଳ ଅକ୍ଟୋବର ୪ ତାରିଖରେ ପ୍ରକାଶ ପାଇବ। ରାଜନୈତିକ ବୈତରଣୀ ପାର କରିବା ପାଇଁ ବିଜେପି କସରତ ଆରମ୍ଭ କରିଛି। ନିର୍ବାଚନ ରେସରେ ବାଜି ମାରିବା ପାଇଁ ବିଜେପି ୪୪ ଜଣିଆ ପ୍ରାର୍ଥୀ ତାଲିକା ଜାରି କରିଛି। ପ୍ରଥମ ପାଇଁ ୧୫, ଦ୍ୱିତୀୟ ପର୍ଯ୍ୟାୟ ପାଇଁ ୧୦ ଜଣିଆ ପ୍ରାର୍ଥୀ ଓ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ୧୯ ଜଣିଆ ପ୍ରାର୍ଥୀ ତାଲିକା ଜାରି ହୋଇଛି।

ଆସନ୍ତା ୧୮ ତାରିଖରୁ ୩ଟି ପର୍ଯ୍ୟାୟରେ ଜାମ୍ମୁକାଶ୍ମୀରରେ ନିର୍ବାଚନ ଆୟୋଜିତ ହେବ। ଅକ୍ଟୋବର ୪ରେ ରାଜ୍ୟରେ ଭୋଟ୍ ଗଣନା କରାଯିବ। ଚଳିତ ବର୍ଷ ଜମ୍ମୁକଶ୍ମୀର, ହରିୟାଣା, ମହାରାଷ୍ଟ୍ର ଏବଂ ଝାଡଖଣ୍ଡରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଜମ୍ମୁକଶ୍ମୀରରେ ତିନିଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ। ସେପ୍ଟେମ୍ବର ୧୮, ସେପ୍ଟେମ୍ବର ୨୫ ଏବଂ ଅକ୍ଟୋବର ୧ରେ ଜମ୍ମୁକାଶ୍ମୀରରେ ମତଦାନ ହେବ।