ଇ-ସିଗାରେଟ ବ୍ୟାନ୍

ନୂଆଦିଲ୍ଲୀ: ଇ-ସିଗାରେଟକୁ ନିଷିଦ୍ଧ ଘୋଷଣା କଲେ କେନ୍ଦ୍ର ସରକାର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଦେଶର ଯୁବପୀଢି ଦିନକୁ ଦିନ ଇଲେକ୍ଟ୍ରୋନିକ ସିଗାରେଟର ମୋହରେ ପଡୁଥିବାରୁ ସରକାର ଏହି ନିଷ୍ପତ୍ତ ନିଆଯାଇଥିବା ଜଣାପଡ଼ିଛି।
କ୍ୟାବିନେଟ ବୈଠକ ପରେ ଏ ସଂପର୍କରେ ଘୋଷଣା କରି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ, ଦେଶର ଲୋକମାନଙ୍କ ସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ସରକାର ଖୁବଶୀଘ୍ର ଏକ ଅଧ୍ୟାଦେଶ ଜାରି କରି ଏହି ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବେ। ଏହି ଆଇନ ଅନୁସାରେ ଦେଶରେ ଇ-ସିଗାରେଟର ଉତ୍ପାଦନ, ବିତରଣ, ବିକ୍ରି ଓ ସେବନ ନିଷିଦ୍ଧ ହୋଇଯିବ। ସଂସଦର ଆଗାମୀ ଅଧିବେଶନରେ ଏ ନେଇ ଏକ ବିଲ ସଂସଦରେ ଆଗତ ହେବ ବୋଲି ସେ କହିଛନ୍ତି। ଇ-ସିଗାରେଟ ଧୀରେ ଧୀରେ ଯୁବସମାଜର ଏକ ନୂଆ ନିଶାରେ ପରିଣତ ହେଉଛି। ଏହାକୁ ରୋକିବା ସରକାରଙ୍କ ଉଦ୍ଦେଶ୍ୟ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜ।ବଡେକର।