Odisha Link
Bridging the Missing Links in Odisha

ରାଜଧାନୀ ରାସ୍ତାରେ ସଚେତନ କରୁଛନ୍ତି ଦିବ୍ୟାଙ୍ଗ ମହିଳା

ଭୁବନେଶ୍ବର: ଟ୍ରାଫିକ ସଚେତନ କରୁଛନ୍ତି ଦିବ୍ୟାଙ୍ଗ ମହିଳା। ହେଲମେଟ ପିନ୍ଧି ନଥିବା ଗାଡ଼ି ଚାଳକଙ୍କୁ ଦେଖିଲେ ତାଙ୍କ ପାଖକୁ ଯାଉଛନ୍ତି ଦିବ୍ୟାଙ୍ଗ ମହିଳା। ହେଲମେଟ ଠିକରେ ପିନ୍ଧି ନଥିବା ଲୋକର ଲକ୍‌ ସଜାଡି ଦେଉଛନ୍ତି। କେତେବେଳେ ହାତରେ ଚକଲେଟ ନେଇ ଦେଉଛନ୍ତି, ତ କେତେବେଳେ ଥାଙ୍କୟୁ କାର୍ଡ ଟେ ଦେଇ ସଚେତନ ଲୋକକୁ ଧନ୍ୟବାଦ ଜଣାଉଛନ୍ତି। ଭୁବନେଶ୍ବରର ଜନଗହଳି ଟ୍ରାଫିକ ଉପରେ ଦେଖିବାକୁ ମିଳିଛି ଏପରି ଦୃଶ୍ୟ। ଯିଏ,କି ନୂଆ ମୋଟରଯାନ ନିୟମ ପରେ ଲୋକଙ୍କୁ ସଚେତନତା କରିବା ପାଇଁ ଅଣ୍ଟା ଭିଡିଛନ୍ତି।

ନାଁ ତାଙ୍କର ପ୍ରଣତି ସ୍ବାଇଁ। ନିଜକୁ ଅଧିକ ସମୟ ସମାଜ ସେବାରେ ନିୟୋଜିତ କରନ୍ତି ସେ। ଟ୍ରାଫିକ ନିୟମ ଉଲଙ୍ଘନ ଯୋଗୁଁ କାହାର ଯେ ଜୀବନ ହାନି ନ ହେଉ ଅଥବା କେହି ଯେ ଅଧିକ ତଣ୍ଡ ନ ଗଣୁ ସେନେଇ ରାସ୍ତା ଉପରେ ବୁଲି ବୁଲି ସଚେତନତା କରୁଛନ୍ତି ସେ ।ତାଙ୍କର ଏପରି ଇଛା ଶକ୍ତି ଦେଖି ଟ୍ରାଫିକ ସିଗନାଲରେ ତାଙ୍କୁ ବେଶ୍‌ ପ୍ରଶଂସା କରିଛନ୍ତି ସାଧାରଣ ଲୋକ। ଏପରିକି ଜଣେ ଦିବ୍ୟାଙ୍ଗ ମହିଳାଙ୍କର ଏପରି ସଚେତନତା ବାର୍ତ୍ତା ଲୋକଙ୍କର ହୃଦୟକୁ ବେଶ୍‌ ଛୁଇଁଛି।

Comments are closed.