Odisha Link
Bridging the Missing Links in Odisha

ବଦଳିଲା ସ୍କୁଲ ସମୟ

ଭୁବନେଶ୍ବର: ରାଜ୍ୟରେ ଶିକ୍ଷା ବ୍ୟବସ୍ଥାର ଉନ୍ନତି ପାଇଁ ସରକାର ନେଇଛନ୍ତି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି। ଏଥିପାଇଁ ଗୋଟିଏ ପରେ ଗୋଟିଏ ନିୟମର ହେଉଛି ପରବର୍ତ୍ତନ। ଆଜି ଆଉ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେଇଛି ଗଣଶିକ୍ଷା ବିଭାଗ। ବଦଳିଛି ଶିକ୍ଷକ-ଶିକ୍ଷୟତ୍ରୀଙ୍କ ସ୍କୁଲ ଆସିବା ସମୟ। ଏଣିକି ସକାଳ ସାଢେ ୯ଟାରୁ ଅପରାହ୍ନ ସାଢେ ୪ଟା ପର୍ଯ୍ୟନ୍ତ ଖୋଲା ରହିବ ବିଦ୍ୟାଳୟ। ଏହି ମର୍ମରେ ରାଜ୍ୟର ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ଚିଠି ଲେଖିଛନ୍ତି ବ୍ଲକ ଶିକ୍ଷା ଅଧିକାରୀ।

ଶ୍ରେଣୀ ଗୃହରେ ପଡିବ ମ୍ୟାଟ, ପିଲାଙ୍କୁ ଯୋଗାଇ ଦିଆଯିବ ଫିଲଟର ପାଣି। ସ୍କୁଲ ସମୟରେ ଆସୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ରେଜିଷ୍ଟ୍ରାରେ କରାଯିବ ପଞ୍ଜିକୃତ। ଏପରିକି କୌଣସି ଶିକ୍ଷକ କିମ୍ବା ଶିକ୍ଷୟିତ୍ରୀ ନିର୍ଦ୍ଧାରିତ ସମୟ ପୂର୍ବରୁ ଯାଇପାରିବେ ନାହିଁ। ପୂର୍ବରୁ ସରକାରୀ ସ୍କୁଲ ସମୟ ସକାଳ ୧୦ଟାରୁ ଆରମ୍ଭ ହୋଇ ଅପରାହ୍ନ ୪ଟାରେ ଶେଷ ହେଉଥିଲା।

Comments are closed.