Odisha Link
Bridging the Missing Links in Odisha

କେନ୍ଦ୍ରାପଡ଼ାରେ ସହରରେ କାଲିଠୁ କଟିଛି ଲାଇନ୍, ୨୦ ଘଣ୍ଟା ହେଲାଣି ଜନଜୀବନ ଅସ୍ତବ୍ୟସ୍ତ

ଓଏଲ୍‌ ବ୍ୟୁରୋ: କେନ୍ଦ୍ରାପଡ଼ା ସହରରେ କାଲିଠୁ ଲାଇନ୍ ନାହିଁ। କେନ୍ଦ୍ରାପଡ଼ା ସହର ଓ ପାଖ ୪ ପଞ୍ଚାୟତରେ ବିଦ୍ୟୁତ ସରବରାହ ବନ୍ଦ ରହିଛି। ବଜ୍ରପାତ ଯୋଗୁଁ କାଲି ଅପରାହ୍ନରୁ ବିଦ୍ୟୁତ ସରବରାହ ବନ୍ଦ ରହିଛି। ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ୧୮ ଘଣ୍ଟା ପରେ ଅଧିକ୍ଷଣ ଯନ୍ତ୍ରୀ ପହଂଚି ବିଦ୍ୟୁତ ସରବରାହ ଠିକ କରିବାକୁ ଚେଷ୍ଟା କରୁଛନ୍ତି। ସହରରେ ବିଦ୍ୟୁତ ସରବରାହ ବନ୍ଦ ଥିବାରୁ ଅନେକ କାମ ଅଟକି ରହିଛି। ସହରରେ ଥିବା ବିଭିନ୍ନ କାର୍ଯ୍ୟାଳୟରେ ମଧ୍ୟ କାର୍ଯ୍ୟ ସଠିକ ଭାବରେ ହୋଇପାରୁନାହିଁ। ବିଦ୍ୟୁତ ଜନିତ ସମସ୍ୟା କାରଣରୁ ବିଦ୍ୟୁତ ଦ୍ୱାରା ହେଉଥିବା ସମସ୍ତ କାର୍ଯ୍ୟ ଗତକାଲି ଅପରାହ୍ନରୁ ଅଟକି ରହିଛି।