Odisha Link
Bridging the Missing Links in Odisha

ଆଜିଠୁ ଆରମ୍ଭ ହେଲା ନିଟ୍‌ ନାମଲେଖା ପ୍ରକ୍ରିୟା, ନାମ ଲେଖାଇବେ ଯୋଗ୍ୟ ଛାତ୍ରଛାତ୍ରୀ

ଓଏଲ୍‌ ବ୍ୟୁରୋ: ଆଜିଠୁ ନିଟ୍‌ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି। `ନିଟ୍‌’ରେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀ ପ୍ରକ୍ରିୟାରେ ଭାଗନେବେ। ଭୁବନେଶ୍ବର ସ୍ଥିତ ଓଜେଇଇ ଅଫିସରେ ଦିନ ୧୧ରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ସେପ୍ଟେମ୍ବର ୩ ତାରିଖ ପର୍ଯ୍ୟନ୍ତ ନାମଲେଖା ପ୍ରକିୟା ଚାଲିବ।

ସୂଚନା ଅନୁସାରେ, ଅଗଷ୍ଟ ୧୮ ତାରିଖ ସନ୍ଧ୍ୟା ୫ଟାରେ ପ୍ରାଥମିକ ମେଧା ତାଲିକା ପ୍ରକାଶ ପାଇଛି। ଚୂଡ଼ାନ୍ତ ମେଧା ତାଲିକା ୨୦ ତାରିଖରେ ପ୍ରକାଶ ପାଇଛି। ରାଜ୍ୟର ଛାତ୍ରଛାତ୍ରୀଙ୍କୁ କେବଳ ରାଜ୍ୟ କୋଟାରେ ଥିବା ସିଟ୍‌ ପାଇଁ ଚୟନ କରାଯାଇଛି। ସେହିପରି ଅନ୍ୟ ରାଜ୍ୟର ଛାତ୍ରଛାତ୍ରୀ ଓ ଏନ୍‌ଆର୍‌ଆଇଙ୍କୁ ସେମାନଙ୍କ ପାଇଁ ଉଦ୍ଧିଷ୍ଟ ଥିବା ସିଟ ପାଇଁ ଚୟନ କରାଯାଇଛି।