Odisha Link
Bridging the Missing Links in Odisha

ଓଡ଼ିଶାରୁ ଦୁବାଇ ଗଲା ଡ୍ରାଗନ ଫଳ, ଉତ୍ପାଦନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ଆଜି ଓଡ଼ିଶାରୁ ଦୁବାଇକୁ ପ୍ରେରଣା ହୋଇଛି ଡ୍ରାଗନ ଫଳ। ଭୁବନେଶ୍ୱର ବିମାନବନ୍ଦରରୁ ଦୁବାଇକୁ ଗଲା ଡ୍ରାଗନ ଫଳ। ଏହି ଡ୍ରାଗନ ଫଳ ଉତ୍ପାଦନ କରି ଆଜି ଦୁବାଇ ପଠାଇଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କେଭି ସଂହଦେଓ। କୋଭିଡ ସମୟରୁ କୃଷି ମନ୍ତ୍ରୀ କେଭି ସଂହଦେଓ ଡ୍ରାଗନ ଫଳ ଚାଷ କରୁଥିଲେ। ଏହି ଡ୍ରାଗନ ଫଳ ସମ୍ପୂର୍ଣ୍ଣ ଜୈବିକ ପଦ୍ଧତିରେ ଉତ୍ପାଦିତ ହୋଇଛି। ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଜଣେ ସଫଳ ଚାଷୀର ଉଦାହରଣ ପାଲଟିଛନ୍ତି। ତାଙ୍କରି ଫାର୍ମ ହାଉସରୁ ଉତ୍ପାଦିତ ଡ୍ରାଗନ ଫଳ ଓଡିଶାରୁ ପ୍ରଥମ ଥର ପାଇଁ କାର୍ଗୋ ବିମାନରେ ଦୁବାଇକୁ ଯାଇଛି। ରପ୍ତାନୀ ବେଳେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ନିଜେ କୃଷି ମନ୍ତ୍ରୀ ଓ ଚାଷୀ ହିସାବରେ ଏହି ଫ୍ରୁଟକୁ ରପ୍ତାନି କରିଛନ୍ତି।