Odisha Link
Bridging the Missing Links in Odisha

ଓଡ଼ିଶା ପାଇଁ ଗୌରବ, ଜାତୀୟ ହସ୍ତଶିଳ୍ପ ପୁରସ୍କାର ପାଇଁ ଓଡ଼ିଆ ପୁଅ ମନୋନୀତ

ଓଏଲ୍‌ ବ୍ୟୁରୋ: ଓଡ଼ିଶା ପାଇଁ ଆଉ ଏକ ଗୌରବ। ଜାତୀୟ ହସ୍ତଶିଳ୍ପ ପୁରସ୍କାର ପାଇଁ ଓଡ଼ିଆ ପୁଅ ମନୋନୀତ ହୋଇଛନ୍ତି। ଜାତୀୟ ହସ୍ତଶିଳ୍ପ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ସୁଭଦ୍ରାପୁର ଗାଁର ପଥରଶିଳ୍ପୀ ବ୍ରହ୍ମାନନ୍ଦ ମହାରଣା। ବ୍ରହ୍ମାନନ୍ଦ ଗଢ଼ିଥିବା ୧୫ ଇଞ୍ଚର ଯୋଗେଶ୍ୱର କୃଷ୍ଣ ପଥର ମୂର୍ତ୍ତି ନିର୍ମାଣ ପାଇଁ ସେ ଚୟନ ହୋଇଛନ୍ତି। ବର୍ଷ ବର୍ଷ ଧରି ପଥର ଶିଳ୍ପକୁ ଆପଣାଇଥିବା ବ୍ରହ୍ମାନନ୍ଦ। ପୂର୍ବରୁ ରାଜ୍ୟ ହସ୍ତଶିଳ୍ପ ପୁରସ୍କାର ପାଇଥିବା ବେଳେ ଏଥର ଜାତୀୟ ହସ୍ତଶିଳ୍ପ ପୁରସ୍କାର ପାଇଁ ମନୋନୀତ ହୋଇଥିବାରୁ ବିଭିନ୍ନ ମହଲରୁ ପ୍ରଂଶସାର ସୁଅ ଛୁଟିଛି।