‘ଡିସେମ୍ବର ସୁଦ୍ଧା ସମସ୍ତ ଆବେଦନକାରୀଙ୍କୁ ମିଳିବ ସୁଭଦ୍ରା ଟଙ୍କା’

ଓଏଲ୍ ବ୍ୟୁରୋ: ପ୍ରଥମ ଦୁଇଟି ପର୍ଯ୍ୟାୟରେ ସୁଭଦ୍ରା ଟଙ୍କା ପାଇନଥିବା ଆବେଦନକାରୀଙ୍କ ପାଇଁ ବଡ଼ ଖବର। ପ୍ରଥମ ଦୁଇଟି ପର୍ଯ୍ୟାୟରେ ସୁଭଦ୍ରା ଟଙ୍କା ପାଇନଥିବା ହିତାଧିକାରୀଙ୍କୁ ଆସନ୍ତା ଡ଼ିସେମ୍ବର ସୁଦ୍ଧା ପ୍ରଥମ ପର୍ଯ୍ୟାୟ ସୁଭଦ୍ରା ଟଙ୍କା ପ୍ରଦାନ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି।
ସୂଚନା ଅନୁସାରେ, ପ୍ରଥମ କିସ୍ତିର ଦ୍ବିତୀୟ ପର୍ଯ୍ୟାୟ ‘ସୁଭଦ୍ରା’ର ୧ ଟଙ୍କା ଆଜି ପ୍ରଦାନ କରାଯାଇଛି। ଆସନ୍ତା ୯ ତାରିଖରେ ଯୋଗ୍ୟ ହିତାଧିକାରୀଙ୍କୁ ଡ଼ିବିଟି ମାଧ୍ୟମରେ ‘ସୁଭଦ୍ରା’ ଟଙ୍କା ଦିଆଯିବ। ଆଜି ସୁଦ୍ଧା ୩୨ ଲକ୍ଷ ଏମ୍ପିସିଆଇ କ୍ଲିୟରାନ୍ସ ସମ୍ପୂର୍ଣ୍ଣ ହୋଇଛି। ତେବେ ପରୀକ୍ଷା ମୂଳକ ଭାବେ ଆଜିଠାରୁ ସେହି ହିତାଧିକାରୀଙ୍କ ଏକ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି। ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରାୟ ୪୦ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ଟଙ୍କା ମିଳିବ।