ଭାରତୀୟ ବାୟୁସେନାକୁ ମିଳିଲା ପ୍ରଥମ ରାଫେଲ ବିମାନ

ନୂଆଦିଲ୍ଲୀ: ବହୁ ବାଦ ବିବାଦ ଓ ପ୍ରତୀକ୍ଷାର ଅନ୍ତ ଘଟିଛି। କାରଣ ଆଜି ଭାରତୀୟ ବାୟୁସେନାକୁ ମିଳିଲା ପ୍ରଥମ ରାଫେଲ ବିମାନ। ଫ୍ରାନ୍ସ ନିକଟରୁ ପ୍ରଥମ ରାଫେଲ ବିମାନ ଗ୍ରହଣ କରିଛି ଭାରତୀୟ ବାୟୁସେନା। ଆଜି ଭାରତୀୟ ବାୟୁସେନା ଟିମ୍କୁ ରାଫେଲ ବିମାନ ହସ୍ତାନ୍ତର କରାଯାଇଛି। ବାୟୁସେନା ଗ୍ରହଣ କରିଥିବା ରାଫେଲ ବିମାନର ନମ୍ବର ହେଉଛି ଆର୍ବି-୦୧।
ରାଫେଲ ଗ୍ରହଣ କରିବା ପରେ ଏୟାର ମାର୍ସଲ ବି କେ ଚୌଧୁରୀ ରାଫେଲ୍କୁ ପ୍ରାୟ ୧ ଘଣ୍ଟା ଉଡ଼ାଇଥିବା ସୂଚନା ମିଳିଛି। ୨୦୧୬ ମସିହାରେ ଫ୍ରାନ୍ସଠାରୁ ୩୬ଟି ରାଫେଲ କିଣିବା ନେଇ ଭାରତର ଚୁକ୍ତି ହୋଇଥିଲା।