Odisha Link
Bridging the Missing Links in Odisha

ବିବାଦରେ ଓଲିଉଡ୍‌ ଅଭିନେତା, ଥାନାରେ ଏତଲା ଦେଲା କଂଗ୍ରେସ

ଓଏଲ୍‌ ବ୍ୟୁରୋ: ବାବା ସିଦ୍ଦିକିଙ୍କ ହତ୍ୟା ପରେ ଚାରିଆଡେ ଚର୍ଚ୍ଚା ଲାଗି ରହିଥିବାବେଳେ ଫେସବୁକ୍‌ରେ ବିବାଦୀୟ ମନ୍ତବ୍ୟ ଦେଇ ଅଡୁଆରେ ଓଲିଉଡ ଅଭିନେତା। ବାବା ସିଦ୍ଦିକିଙ୍କ ମର୍ଡର ପରେ ଓ୍ବେଏସୀ ଓ ରାହୁଲ ଗାନ୍ଧୀଙ୍କ ପାଳି ବୋଲି ଫେସବୁକରେ ପୋଷ୍ଟ କରି ଅଡୁଆରେ ଫସିଛନ୍ତି ଓଲିଉଡ୍‌ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି। ବାବା ସିଦ୍ଦିକିଙ୍କ ମର୍ଡର ପରେ ଓ୍ବେଏସୀ ଓ ରାହୁଲ ଗାନ୍ଧୀଙ୍କ ପାଳି ବୋଲି ଫେସବୁକରେ ପୋଷ୍ଟ କରିବା ନେଇ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତିଙ୍କ ବିରୁଦ୍ଧରେ କ୍ୟାପିଟାଲ୍‌ ଥାନାରେ ଏତଲା ଦେଇଛନ୍ତି ଛାତ୍ର କଂଗ୍ରେସର ସଦସ୍ୟବୃନ୍ଦ।

ସୂଚନା ଅନୁସାରେ, ବାବା ସିଦ୍ଦିକିଙ୍କ ହତ୍ୟା ପରେ ଚାରିଆଡେ ଚର୍ଚ୍ଚା ରହିଛି। ଏମିତିକି ୱାଇ ପ୍ଲସ୍‌ ସୁରକ୍ଷା ଭିତରେ ସଲମାନ ଖାନଙ୍କୁ ମଧ୍ୟ ଅଭିନେତା ପୁଣି ହତ୍ୟା ଧମକ ଦିଆଯାଇଛି। ଏହା ପରେ ବାବା ସିଦ୍ଦିକିଙ୍କ ହତ୍ୟା ଘଟଣାକୁ ନେଇ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି ଫେସବୁକରେ ପୋଷ୍ଟ କରିଥିଲେ। ସିଦ୍ଦିକିଙ୍କ ମର୍ଡର ପରେ ଓ୍ବେଏସୀ ଓ ରାହୁଲ ଗାନ୍ଧୀଙ୍କ ପାଳି। ବୁଦ୍ଧାଦିତ୍ୟଙ୍କ ଏଭଳି ବିବାଦୀୟ ପୋଷ୍ଟକୁ ନେଇ ଛାତ୍ର କଂଗ୍ରେସ ଥାନାରେ ଏତଲା ଦେଇଛି।