Odisha Link
Bridging the Missing Links in Odisha

ସରୁନି କ୍ବାର୍ଟର ନିର୍ମାଣ କାର୍ଯ୍ୟ, ବିଧାୟକଙ୍କୁ ମିଳିବ ମାସିକ ୩୦ ହଜାର

ଓଏଲ୍‌ ବ୍ୟୁରୋ: ଭୁବନେଶ୍ୱର ୟୁନିଟ ୪ରେ କ୍ବାର୍ଟର ଚାଲିଛି ନିର୍ମାଣ କାର୍ଯ୍ୟ। ନିର୍ମାଣ ହେଉଛି ୩୦୦ଟି କ୍ବାର୍ଟର। କ୍ଵାର୍ଟରରେ ରହିବ ଅତ୍ୟାଧୁନିକ ସୁବିଧା ସୁଯୋଗ। ତେବେ ବିଧାୟକମାନଙ୍କ ପାଇଁ ନିର୍ମାଣ ଚାଲିଥିବା ବହୁତଳ ପ୍ରସାଦ କାର୍ଯ୍ୟ ମନ୍ଥର ହୋଇପଡିଛି। କାର୍ଯ୍ୟ ମନ୍ଥର ଚାଲିଥିବା ନେଇ ଖପ୍ପା ହୋଇଛନ୍ତି ବାଚସ୍ପତି ସୁରମା ପାଢ଼ୀ।

ବାଚସ୍ପତି କହିଛନ୍ତି, ଦୁଇ ଥର ସମୀକ୍ଷା ପରେ ଜାଣିଲି ନିର୍ମାଣ କାର୍ଯ୍ୟ ସନ୍ତୋଷଜନକ ନୁହେଁ। ପୂର୍ବର କିଛି ନିଷ୍ପତ୍ତି କାରଣରୁ ନିର୍ମାଣ କାର୍ଯ୍ୟ ମନ୍ଥର ଚାଲିଛି। ଆଶା କରୁଛୁ ୨୦୨୫ ସୁଦ୍ଧା ବିଧାୟକଙ୍କ କ୍ବାର୍ଟର ନିର୍ମାଣ କାମ ସରିବ। ଯେଉଁମାନଙ୍କ ପାଇଁ ଏବେ କ୍ବାର୍ଟର ବ୍ୟବସ୍ଥା ନାହିଁ, ମାସିକ ୩୦ ହଜାର ପାଇବେ ବୋଲି ବାଚସ୍ପତି ସୁରମା ପାଢ଼ୀ କହିଛନ୍ତି।