Odisha Link
Bridging the Missing Links in Odisha

ରାଜ୍ୟରେ ନିର୍ମାଣ ହେବ ଗ୍ରାଣ୍ଡ୍ ରିଙ୍ଗ୍ ରୋଡ୍: ପୂର୍ତ୍ତମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ସଂଚୟ ହେବ ସମୟ। ସୁଦୃଢ଼ ହେବ ଯାତାୟତ ବ୍ୟବସ୍ଥା। ରାଜ୍ୟରେ ଭିତ୍ତିଭୂମିର ବଡ଼ ନେଟୱର୍କ ହେବାକୁ ଯାଉଛି। ଓଡ଼ିଶାର ଚତଃପାର୍ଶ୍ଵରେ ଗ୍ରାଣ୍ଡ ରିଂ ରୋଡ୍ ହେବ ବୋଲି ପୃଥ୍ଵୀରାଜ ହରିଚନ୍ଦନ କହିଛନ୍ତି। ମୋଟୁରୁ ମୟୂରଭଞ୍ଜ ତିରିଂ ପର୍ଯ୍ୟନ୍ତ ୬ ଲେନ ବିଶିଷ୍ଟ ରାସ୍ତା ହେବ। ମାନଚିତ୍ରକୁ ଦେଖିଲେ ୨୬ ଘଣ୍ଟା ମଧ୍ୟରେ ସମ୍ପୂର୍ଣ୍ଣ ଓଡ଼ିଶା ଭ୍ରମଣ କରି ହେବ। ଗ୍ରାଣ୍ଡ ରିଂ ରୋଡ୍‌ର ଲକ୍ଷ୍ୟ ଶୀଘ୍ର ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ବୋଲି ପୂର୍ତ୍ତମନ୍ତ୍ରୀ କହିଛନ୍ତି।

ପୂର୍ବରୁ ମନ୍ତ୍ରୀ କହିଥିଲେ, ରାଜ୍ୟରେ ନିର୍ମାଣ ହେବାକୁ ଯାଉଛି ଗ୍ରାଣ୍ଡ୍ ରିଙ୍ଗ୍ ରୋଡ୍। ଗୋପାଳପୁରରୁ ଜୟପୁରକୁ ଯିବା ସମୟ ହ୍ରାସ ହେବ। ୯ ଘଣ୍ଟା ପରିବର୍ତ୍ତେ ସାଢ଼େ ୩ ଘଣ୍ଟା ଲାଗିବ ସମୟ। ଏନେଇ ପ୍ରକ୍ରିୟା ରାଜ୍ୟ ସରକାର ଆରମ୍ଭ କରିଥିବା ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ପିଏମ ଗତିଶକ୍ତି ଯୋଜନାରେ ହାଇ ସ୍ପିଡ୍ ରାସ୍ତା ହେବ। ସାରା ଦେଶରେ ହାଇ ସ୍ପିଡ୍ ରୋଡ୍‌ ନେଟୱର୍କ ହେଉଛି। ମାଲକାନଗିରିର ମୋଟୁରୁ ମୟୂରଭଞ୍ଜ ଯାଏ ରାସ୍ତା ହେବ। ଗ୍ରାଣ୍ଡ ରିଙ୍ଗ ରୋଡର ପ୍ରଥମ ପର୍ଯ୍ୟାୟ ବି ଆରମ୍ଭ ହେବ। ଏହାକୁ ନେଇ ଗତକାଲି ସମୀକ୍ଷା ହୋଇଥିବା ଆଇନମନ୍ତ୍ରୀ ତଥା ମନ୍ତ୍ରୀ ସୂଚନା ଦେଇଛନ୍ତି।