Odisha Link
Bridging the Missing Links in Odisha

ଝଲସି ଉଠିଲା ପୁରୀ ବେଳାଭୂମି, କଳାକୌଶଳ ପ୍ରଦର୍ଶନ କଲେ ନୌସେନା ଯବାନ

ଓଏଲ୍‌ ବ୍ୟୁରୋ: ଆଜି ଭାରତୀୟ ନୌସେନା ଦିବସରେ କମ୍ପିଲା ପୁରୀ ବେଳାଭୂମି। ଝଲସି ଉଠିଲା ପୁରୀ ବେଳାଭୂମି। ସାରା ବିଶ୍ୱ ଦେଖୁଛି ଭାରତୀୟ ନୌସେନାର ପରାକ୍ରମ। ପୁରୀ ବେଳାଭୂମିରେ ନୌସେନା ଯବାନ ପ୍ରଦର୍ଶନ କରୁଛନ୍ତି ରଣକୌଶଳ। ଆଖିଝଲସା ପରେଡ୍ ସାଙ୍ଗକୁ ଆକର୍ଷଣୀୟ କଳାକୌଶଳରେ କମ୍ପିଲା ପୁରୀ ବେଳାଭୂମି। ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତିଙ୍କ ସମେତ ବିଶିଷ୍ଟ ବ୍ୟକ୍ତିବିଶେଷ ସାମିଲ ହୋଇଛନ୍ତି। ବ୍ଲୁ ଫ୍ଲାଗ ବିଚ୍‌ରେ ପହଞ୍ଚି ନୌସେନା ଦିବସ ଉତ୍ସବକୁ ଉଦ୍‌ଘାଟନ କରିଛନ୍ତି। ସମୁଦ୍ର କୂଳରେ ଚିତ୍ତାକର୍ଷକ ଦୃଶ୍ୟ ଦେଖିବାକୁ ମିଳିଛି।