Odisha Link
Bridging the Missing Links in Odisha

ନଦୀ ପଠାରେ ପଡ଼ିଛି ମହିଳାଙ୍କ ମୃତଦେହ, ପରିଚୟ ପାଇଁ ନମ୍ବର ଜାରି କଲା ପୁଲିସ

ଓଏଲ୍‌ ବ୍ୟୁରୋ: କଟକରେ ନଦୀ ପଠାରେ ପଡ଼ିଛି ମହିଳାଙ୍କ ମୃତଦେହ। ପରମହଂସ କାଠଯୋଡ଼ି ନଦୀ ପଠାରେ ମୃତଦେହ ପଡ଼ିରହିଛି। ମହିଳାଙ୍କ ମୁହଁ ଓ ବେକରେ ରହିଛି ଗଭୀର କ୍ଷତ ରହିଛି। ଘଟଣାସ୍ଥଳରୁ ଧାରୁଆ ଅସ୍ତ୍ର ଚାପଡ଼ ଉଦ୍ଧାର ହୋଇଥିବା ବେଳେ ପ୍ରାଥମିକ ତଦନ୍ତରୁ ହତ୍ୟା ବୋଲି ଜଣାପଡ଼ିଛି।

ଘଟଣାସ୍ଥଳରେ ପୁଲିସ ଓ ସାଇଣ୍ଟଫିକ ଟିମ୍ ତଦନ୍ତ ଜାରି ରଖିଛି। ମହିଳାଙ୍କ ହାତରେ ଓଁ ବାବା ବଳିଆ ଲେଖା ଅଛି। ମହିଳାଙ୍କୁ ଜାଣିଥିଲେ ସୂଚନା ଦେବାକୁ ପୁଲିସ ଅନୁରୋଧ କରିଛି। ଏହା ସହ ମହିଳାଙ୍କ ପରିଚୟ ନେଇ କୌଣସି ସୂଚନା ମିଳିଲେ ୮୨୮୦୩୩୮୩୦୩ ନମ୍ବରରେ କଲ୍‌ ପାଇଁ ପୁଲିସ ଅନୁରୋଧ କରିଛି।