Odisha Link
Bridging the Missing Links in Odisha

୧୭ରୁ ରତ୍ନଭଣ୍ଡାର ମରାମତି, ଶୃଙ୍ଖଳିତ ଦର୍ଶନ ପାଇଁ ପୁରୀରେ ପ୍ରସ୍ତୁତି ବୈଠକ

ଓଏଲ୍‌ ବ୍ୟୁରୋ: ଚଳିତମାସ ୧୭ ତାରିଖରୁ ଶ୍ରୀଜଗନ୍ନାଥ ମନ୍ଦିର ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି। ଭାରତୀୟ ପ୍ରତ୍ନତାତ୍ତ୍ବିକ ବିଭାଗର ଉଚ୍ଚସ୍ତରୀୟ ବିଶେଷଜ୍ଞଙ୍କ ଦ୍ବାରା ଏହି ମରାମତି କାର୍ଯ୍ୟ ହେବ। ଏହି ସମୟରେ ବାହାରକାଠରୁ ମହାପ୍ରଭୁଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ। ବୁଧବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଏ ସମ୍ପର୍କିତ ଛତିଶା ନିଯୋଗ ବୈଠକ ଅନୁଷ୍ଠିତ ହୋଇଛି। ସୁରକ୍ଷା ଓ ଭିଡ଼କୁ ନଜରରେ ଖୁବଶୀଘ୍ର ଶ୍ରୀମନ୍ଦିରରେ ସ୍ବତନ୍ତ୍ର ବାଟାଲିୟନ ନିଯୁକ୍ତ ହେବେ ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି।

ରତ୍ନଭଣ୍ଡାର ମରାମତି ପୂର୍ବରୁ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେଉଛି। ଆସନ୍ତା ୧୭ରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ ହେବ। ଏହା ପୂର୍ବରୁ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଶ୍ରୀମନ୍ଦିର ପ୍ରଶାସକ ଓ ଜିଲ୍ଲାପାଳଙ୍କ ନେତୃତ୍ବରେ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଛି। ପୁରୀ ଏସ୍‌ପି, ଏଏସଆଇ, ବରିଷ୍ଠ ସେବକ, ନୀତି ପ୍ରଶାସକ ପ୍ରମୁଖ ଉପସ୍ଥିତ ରହିଛି। କିଭଳି ଶୃଙ୍ଖଳିତ ଦର୍ଶନ ସହ ନୀତିକାନ୍ତି ହେବ ଆଲୋଚନା ଚାଲିଛି।