ରଥ ନିର୍ମାଣ ପାଇଁ ମିଳିବ ଆର୍ଥିକ ସହାୟତା, ମନ୍ତ୍ରୀ ଦେଲେ ବଡ଼ ସୂଚନା..

ଓଏଲ୍ ବ୍ୟୁରୋ: ରାଜ୍ୟର ଯେଉଁ ଯେଉଁ ପ୍ରମୁଖ ଅଞ୍ଚଳରେ ରଥଯାତ୍ରା ହେଉଛି, ରାଜ୍ୟ ସରକାର ସେମାନଙ୍କୁ ସହାୟତାର ହାତ ବଢ଼ାଇବା ପାଇଁ ଚେଷ୍ଟା କରୁଛନ୍ତି। ରଥ ନିର୍ମାଣ ଓ ରଥଯାତ୍ରା ପାଇଁ ଆଇନ ବିଭାଗ ଆର୍ଥିକ ସହାୟତା କରିବ ବୋଲି ବିଭାଗୀୟ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ରାଜ୍ୟରେ ଦେବୋତ୍ତର ଆୟୋଗ ଅଧୀନରେ ଥିବା ଜଗନ୍ନାଥ ମନ୍ଦିରକୁ ସହାୟତା ମିଳିବ। ଏନେଇ ବିଭାଗ ନିକଟରେ ଅନେକ ଆବେଦନ ହସ୍ତଗତ ହୋଇଥିବା ବେଳେ ସେମାନଙ୍କୁ ସହାୟତା ମିଳିବ। ଯେଉଁମାନେ ଆବେଦନ କରିନାହାନ୍ତି ସେମାନଙ୍କୁ କିପରି ସହାୟତା କରାଯାଇ ପାରିବ ସେନେଇ ବିଚାର କରାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି।