କୌଣସି ଫିଲ୍ମ ନ କରି କୋଟି କୋଟି ଟଙ୍କା ଆୟ କରୁଛନ୍ତି ରାକ୍ଷୀ

ମୁମ୍ବାଇ : ବଲିଉଡ୍ର ବିବାଦୀୟ ଅଭିନେତ୍ରୀ ରାକ୍ଷୀ ସାୱନ ନିଜ ବିବାହକୁ ନେଇ ବେଶ୍ ଚର୍ଚ୍ଚାରେ ଅଛନ୍ତି। ରାକ୍ଷୀ କିଛି ଦିନ ତଳେ ବଧୂ ବେଶରେ ସଜ ହୋଇ ଏକ ଫଟୋ ଭାଇରାଲ ହୋଇଥିଲା । ସେ କହିଥିଲେ ନିଜ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ବିବାହ କରି ନେଇଛନ୍ତି । କିନ୍ତୁ ଏ ପର୍ଯ୍ୟନ୍ତ ସେ ନିଜ ସ୍ୱାମୀଙ୍କୁ ସାମ୍ନାକୁ ଆଣି ନଥିବା ବେଳେ ସତରେ ସେ ବିବାହ କରିଛନ୍ତି କି ନାହିଁ, ତାହା ଏବେ ସନ୍ଦେହ ସୃଷ୍ଟି କରିଛି।
ରାକ୍ଷୀ କୌଣସି ସିନେମାରେ କାମ ନକରି ମଧ୍ୟ କେତେ କୋଟି ଟଙ୍କାର ମାଲିକାଣୀ ସାଜିଛନ୍ତି ଜାଣିଛନ୍ତି କି? ଇଣ୍ଟରନେଟ୍ରେ ଉପସ୍ଥିତ ଥିବା ସୂଚନାନୁସାରେ, ରାକ୍ଷୀ ୩୫କୋଟି ଟଙ୍କାର ମାଲିକାଣୀ ଅଟନ୍ତି ।
ରାକ୍ଷୀଙ୍କ ପାଖରେ ପ୍ରାୟ ୨୧.୬ଲକ୍ଷ ଟଙ୍କାର କାର୍ ସହ ୭ଲକ୍ଷ ଟଙ୍କାର ଅଳଙ୍କାର ଓ ମୁମ୍ବାଇରେ ୧୧କୋଟି ଟଙ୍କାର ୨ଟି ଫ୍ଲାଟ୍ ଓ ୨ଟି ଅଫିସ ରହିଛି । ଏହା ସହ ତାଙ୍କର ଅସଲ ନାଁ ନୀରୁ ଭେଡା ବୋଲି ଜଣା ପଡ଼ିଛି ।