ଜ୍ଞାନଶ୍ବେରୀ ଏକ୍ସପ୍ରେସରୁ ସୁନା ଜବତ ଘଟଣା; ଦୁଇ ଜଣ ଗିରଫ

ଭୁବନେଶ୍ବର: ଜ୍ଞାନଶ୍ବେରୀ ଏକ୍ସପ୍ରେସରୁ ୧୩ କେଜି ସୁନା ଜବତ ଘଟଣାରେ ଅଟକ ଥିବା ଦୁଇ ଜଣ ବ୍ୟବସାୟୀଙ୍କୁ ଗିରଫ କରାଯାଇଛି। ଦୁଇ ଜଣଙ୍କୁ ଜେରା ପରେ ଅନ୍ତର୍ଜାତୀୟ ଲିଙ୍କ୍ ଥିବା ନେଇ ପୁଲିସ ସନ୍ଦେହ କରୁଛି। ସୁନା ବିସ୍କୁଟ ଉପରେ ଦୁବାଇ ଏବଂ ୟୁଏଇ ଲେଖା ହୋଇଥିବା ସୂଚନା ମିଳିଛି । ସୁନା ମିଆଁମାର, ବାଂଲାଦେଶ ହୋଇ ହାୱଡା ଚାଲାଣ ହେଉଥିବା ଅନୁମାନ କରାଯାଉଛି। ସୂଚନା ଅନୁସାରେ, ଗତ ଗୁରୁବାର ହାୱଡାରୁ ମୁମ୍ବାଇ ଯାଉଥିବା ଜ୍ଞାନଶ୍ବେରୀ ଏକ୍ସପ୍ରେସରୁ ୧୨ କେଜି ୯୩୨ ଗ୍ରାମ ସୁନା ଜବତ ହୋଇଥିଲା। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୫ କୋଟି ଟଙ୍କା।