Odisha Link
Bridging the Missing Links in Odisha

୫ ଟଙ୍କିଆ ଆହାର ଖାଇଲେ ପାଣ୍ଡିଆନ୍

ବୌଦ୍ଧ: ବୌଦ୍ଧରେ ୫ଟଙ୍କିଆ ଆହାର ଖାଇଲେ ୫ଟି ସଚିବ ଭି.କେ ପାଣ୍ଡିଆନ୍। ଏଥିସହିତ ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ ଏବଂ ଏନଏଚଏମ(ଜାତୀୟ ସ୍ୱାସ୍ଥ୍ୟ ମିଶନ) ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ମଧ୍ୟ ଆହାର ଖାଇଛନ୍ତି।

ସୂଚନାଥାଉକି, ଆଜି ବୌଦ୍ଧ ଗସ୍ତରେ ଯାଇଛନ୍ତି ୫ଟି ସଚିବ ଭି.କେ ପାଣ୍ଡିଆନ୍, ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ ଏବଂ ଏନଏଚଏମ(ଜାତୀୟ ସ୍ୱାସ୍ଥ୍ୟ ମିଶନ) ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ। ସେଠାରେ ସେ ବୌଦ୍ଧ ଡାକ୍ତରଖାନା ବୁଲି ଦେଖିଥିଲେ। ଡାକ୍ତରଖାନାରେ କିପରି ଚାଲିଛି ଚିକିତ୍ସା ବ୍ୟବସ୍ଥା ଦେଖିବା ସହିତ ରୋଗୀଙ୍କ ସମସ୍ୟା ନେଇ ପଚାରି ବୁଝିଥିଲେ। ପରେ ମଧ୍ୟାହ୍ନ ଭୋଜନ ସମୟରେ ତିନି ବରିଷ୍ଠ ଆଇଏସ୍‌ ଅଧିକାରୀ ବୌଦ୍ଧସ୍ଥିତ ଆହାର କେନ୍ଦ୍ରରେ ସାଧାରଣ ଲୋକଙ୍କ ସହିତ ୫ଟଙ୍କିଆ ଭାତ ଡାଲମା ଖାଇଥିଲେ।

ଏଥିସହିତ ଲୋକଙ୍କ ସହିତ କଥାବାର୍ତ୍ତା ହୋଇ ସୁବିଧା ଅସୁବିଧା କଥା ପଚାରି ବୁଝୁଥିଲେ । ଆହାର ଖାଦ୍ୟ ଖାଇ ସାରିବା ପରେ ଖାଦ୍ୟର ମାନ, ସ୍ବଚ୍ଛତା ଦେଖି ସନ୍ତୋଷ ଲାଭ କରିଥିଲେ ପାଣ୍ଡିଆନ୍ ବୋଲି ଖବର ମିଳିଛି।

Comments are closed.