ସେକ୍ସ ରାକେଟ ଉପରେ ଚଢଉ: ମହିଳା ଦଲାଲ ସମେତ ୮ ଯୁବତୀଙ୍କୁ ଗିରଫ

ଛତିଶଗଡ଼: ବହୁଦିନ ଧରି ଚାଲୁ ଆସୁଥିବା ଦେହ ବ୍ୟବସାୟ ଆଡ୍ଡା ଉପରେ ପୋଲିସ ଚଢ଼ଉ କରିଛି। ଦେହ ବ୍ୟବସାୟ ଆଡ୍ଡା ଉପରେ ଚଢ଼ଉ କରି ଜଣେ ମହିଳା ଦଲାଲ ସମେତ ୮ ଜଣ ଯୁବତୀଙ୍କୁ ପୋଲିସ ଗିରଫ କରିଛି।
ମିଳିଥିବା ସୂଚନା ଅନୁସାରେ ୪୦ ବର୍ଷ ବୟସ୍କା ମହିଳା ଦଲାଲ ନନକୀ ବାଇ ଓରଫ୍ ଭୁରି ବାଇକୁ ପୋଲିସ ଗିରଫ କରିଛି। ଏଥିସହ ବିଳାସପୁର ତିଲଦା ଅଞ୍ଚଳରୁ ଦେହ ବ୍ୟବସାୟରେ ସଂପୃକ୍ତ ଥିବା ୭ ଜଣ ଯୁବତୀଙ୍କୁ ମଧ୍ୟ ପୋଲିସ ଗିରଫ କରିଛି। ଏହି ଅଭିଯୁକ୍ତ ମହିଳାଙ୍କ ବିରୋଧରେ ପୋଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ମହିଳା ଦଲାଲ ନନକୀ ପୂର୍ବରୁ ଗିରଫ ହୋଇଥିବାର ସୂଚନା ମିଳିଛି। ପୋକ୍ସୋ ଆକ୍ଟରେ ଦଲାଲ ମହିଳା ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା। କିଛି ମାସ ପରେ ନନକୀ ଜେଲରୁ ବାହାରି ପୁଣି ଦେହ ବ୍ୟବସାୟ ଆରମ୍ଭ କରି ଦେଇଥିଲା। ମହିଳା ଦଲାଲ ନନକୀ ସମେତ ୮ ଜଣ ଯୁବତୀଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।