ବିଦ୍ୟୁତ୍ ଆଘାତରେ ଯବାନଙ୍କ ମୃତ୍ୟୁ

ଭଞ୍ଜନଗର: ଭଞ୍ଜନଗରରେ ବିଦ୍ୟୁତ୍ ଆଘାତରେ ଆଇଆରବି ଯବାନଙ୍କ ମୄତ୍ୟୁ ହୋଇଛି। ମୃତ ଯବାନ ହେଲେ ବଂଶୀଧର ପ୍ରଧାନ। ସେ ମାଲକାନଗିରିରରେ କାମ କରୁଥିଲେ। ଘରକୁ ଛୁଟିରେ ଆସିଥିଲେ।
ମିଳିଥିବା ସୂଚନା ଅନୁସାରେ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଫାଣ୍ଡି ଅନ୍ତର୍ଗତ କେବିରିବ୍ରହ୍ମପୁର ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଘରେ ବିଦ୍ୟୁତ୍ କାମ କରିବା ବେଳେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଯବାନ ବଂଶୀଧର ପ୍ରଧାନଙ୍କର ମୃତ୍ୟୁ ହୋଇଛି। ବିଦ୍ୟୁତ୍ ଆଘାତ ପାଇବା ପରେ ତାଙ୍କୁ ଭଞ୍ଜନଗର ମେଡିକାଲ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ବଂଶୀଧର ମାଲକାନଗିରିରେ ଚାକିରି କରନ୍ତି। ଛୁଟି ନେଇ ଗାଁକୁ ଆସିଥିଲେ।