ଭିଜିଲାନ୍ସ ଜାଲରେ ପୋଲିସ ହାବିଲଦାର

କେନ୍ଦୁଝର: କେନ୍ଦୁଝର ଜିଲ୍ଲାର କାର୍ଯ୍ୟରତ ହାବିଲଦାରଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି। ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବାସଭବନ ସମେତ ଚାରୋଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ରେଡ୍ ଜାରି।
ମିଳିଥିବା ସୂଚନା ଅନୁସାରେ ଆଜି ସକାଳୁ କେନ୍ଦୁଝର ଜିଲ୍ଲା ପୋଲିସରେ କାର୍ଯ୍ୟରତ ହାବିଲଦାର ବିଶ୍ୱନାଥ ମହାନ୍ତଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ କେନ୍ଦୁଝର ସହରର ଅରୋ ବିହାର ସ୍ଥିତ ବାସଭବନରେ କେନ୍ଦୁଝର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଏହା ସହ ତାଙ୍କ ନିଜ ପାଟଣା ଥାନା ଅଞ୍ଚଳର ବରଟୁନିଆ ସ୍ଥିତ ପୈତୃକ ବାସଭବନ ଓ ରେଙ୍ଗାଳବେଡା ସ୍ଥିତ ଶ୍ୱଶୁର ଘର ଓ ଅଫିସରେ ମଧ୍ୟ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ଜାରି ରହିଛି।