ଦୁର୍ଘଟଣା ଯୋଗୁଁ ବଦଳିଲା ଟ୍ରେନ୍ ରୁଟ୍

କଟକ: ମୁମ୍ବାଇରୁ ଭୁବନେଶ୍ୱର ଆସୁଥିବା ଲୋକମାନ୍ୟ ତିଳକ ଏକ୍ସ୍ପ୍ରେସ୍ କଟକ ଟାଙ୍ଗୀ ନିର୍ଗୁଣ୍ଡି ଷ୍ଟେସନ୍ ନିକଟରେ ଲାଇନ୍ଚ୍ୟୁତ ହୋଇଛି। ଏହି ଦୁର୍ଘଟଣାରେ ଟ୍ରେନ୍ର ୮ଟି ବଗି କ୍ଷତିଗ୍ରସ୍ତ ହୋଇଥିବା ବେଳେ ୫ଟି ବଗି ଧାରଣାରୁ ବାହାରି ଯାଇଛି ଏବଂ ଅନ୍ୟ ୩ଟି ବଗି ଧାରଣାରୁ ସାମାନ୍ୟ ହଟି ଯାଇଛି। ଟ୍ରେନ୍ ଲାଇନ୍ଚ୍ୟୁତ ହୋଇଥିବାରୁ ଏହି ରୁଟ୍ରେ ଆସିବାକୁ ଥିବା କେତେକ ଟ୍ରେନ୍ର ଗତିପଥକୁ ପରିପର୍ତ୍ତନ କରାଯାଇଛି। କଟକ ପରିବର୍ତ୍ତେ ନରାଜ ଦେଇ ଗତି କରିବ କିଛି ଟ୍ରେନ୍। ନରାଜ ଦେଇ ଭୁବନେଶ୍ବର ଏଲଟିଟି, ପୁରୀ-ରାଉଲକେଲା ପାସେଞ୍ଜର, ଦୁର୍ଗ- ପୁରୀ, ଧାନବାଦ-ଭୁବନେଶ୍ବର ରାଜ୍ୟରାଣୀ, ତାଳଚେର-ପୁରୀ ମେମୁ ନରାଜ ରୁଟ୍ ରେ ଚଳାଚଳ କରିବ।
ଏହି ଟ୍ରେନ୍ ଦୁର୍ଘଟଣାରେ ୩୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ୫ ଜଣ ଆହତ ଯାତ୍ରୀଙ୍କୁ ଚିକିତ୍ସା ନିମନ୍ତେ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣାରେ କୌଣସି ଯାତ୍ରୀଙ୍କର ମୃତ୍ୟୁ ଘଟି ନ ଥିବା ନେଇ ବରିଷ୍ଠ ରେଳ ଅଧିକାରୀ, ଟ୍ରେନ୍ ଚାଳକ ଏବଂ ଟିଟିଇ କହିଛନ୍ତି।