ଶ୍ରଦ୍ଧାଳୁଙ୍କୁ ଟଙ୍କ ତୋରାଣି ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ବିଶ୍ବବାସୀଙ୍କୁ ଦର୍ଶନ ଦେବା ପାଇଁ ପ୍ରତିବର୍ଷ ଭଳି ଏଥର ମଧ୍ୟ ବଡ଼ଦାଣ୍ଡକୁ ଓହ୍ଲାଇଛନ୍ତି କାଳିଆ ସାଆନ୍ତ। ବଡ଼ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ଗୁଣ୍ଡିଚା ମନ୍ଦିରମୁହାଁ ହୋଇଛନ୍ତି। ଏହା ସହିତ ଆରମ୍ଭ ହୋଇଛି ପୁରୁଷୋତ୍ତମ କ୍ଷେତ୍ରରେ ନବଦିନାତ୍ମକ ଘୋଷଯାତ୍ରା। ଏହି ଯାତ୍ରାରେ ସାମିଲ ହେବା ପାଇଁ ବିଶ୍ବର କୋଣ ଅନୁକୋଣରୁ ଭକ୍ତଙ୍କ ସୁଅ ଛୁଟିଛି। ବଡ଼ଦାଣ୍ଡ ପାଲଟିଛି ଜନ ସମୁଦ୍ର। ଏହି ବିଶ୍ବପ୍ରସିଦ୍ଧ ରଥଯାତ୍ରା ଅବସରରେ ସାମିଲ ହୋଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଶ୍ରୀ ପଟ୍ଟନାୟକ ଭକ୍ତ ମାନଙ୍କୁ ରଥଯାତ୍ରାର ଅଭିନନ୍ଦନ ଜଣାଇବା ସହ ଶ୍ରଦ୍ଧାଳୁମାନଙ୍କୁ ଟଙ୍କ ତୋରାଣି ବାଣ୍ଟିଥିଲେ।