ବନ୍ୟା ପାଣିରୁ ଉଦ୍ଧାର ହେଲା ନାବାଳକର ମୃତଦେହ

ଭୁବନ: ଉପର ମୁଣ୍ଡରେ ପ୍ରବଳ ରର୍ଷା ଯୋଗୁଁ ହୀରାକୁଦର ଜଳସ୍ତର ବଢ଼ିବାରେ ଲାଗିଛି। ଫଳରେ ହୀରାକୁଦ ଜଳ ଭଣ୍ଡାରର ଅଧିକରୁ ଅଧିକ ଗେଟ୍ ଖୋଲିବାରେ ଲାଗିଛି। ଅନ୍ୟପଟେ ଗେଟ୍ ହେଲା ହେବା ପରେ ରାଜ୍ୟର ଅନେକ ନଦୀରେ ବନ୍ୟା ଆସିବା ଫଳରେ କେଉଁଠି ଳଜ ଘେରରେ ମଣିଷ ଫସିରହୁଛନ୍ତି ତ ପୁଣି କେଉଁଠି ଗଛ ଉପରେ କିମ୍ବା ନଦୀ ବନ୍ଧରେ ଲୋକମାନେ ଆସ୍ରୟ ନେଉଛନ୍ତି। ଅନ୍ୟପଟେ ବ୍ରାହ୍ମଣୀ ନଦୀର ବନ୍ୟା ସ୍ଥିତିକୁ ଦେଖିବାକୁ ଯାଇଥିବା ଜଣେ ନାବାଳକର ମୃତ୍ୟୁ ହୋଇଛି। ଭୁବନ ଏନଏସିର ଜଣେ ନାବାଳକ ବନ୍ୟା ପାଣିରେ ବୁଡିଯାଇଥିବା ବେଳେ ତାଙ୍କ ମୃତଦେହ ଉଦ୍ଧାର ହୋଇଛି ।
ସୂଚନାଯୋଗ୍ୟ ଯେ, ବ୍ରାହ୍ମଣୀ ନଦୀରେ ଆସିଥିବା ବନ୍ୟା ଢେଙ୍କାନାଳ ଜିଲ୍ଲା ଭୁବନର ଜୟପୁର ଓ ଭୁବନ ବିଜ୍ଞାପିତ ପରିଷଦର ବୁଧେଶ୍ବର ମନ୍ଦିର ଅଞ୍ଚଳ ଜଳବନ୍ଦୀ ହୋଇଯାଇଛି। ବନ୍ୟା ପାଣି ଦେଖିବାକୁ ସାଙ୍ଗମାନଙ୍କ ସହ ଯାଇଥିବା ଜଣେ ୧୭ବର୍ଷର ନାବାଳକ ବନ୍ୟାପାଣିରେ ବୁଡି ଯାଇଥିଲେ । ଶନିବାର ସକାଳେ ତାଙ୍କ ମୃତଦେହକୁ ଅଗ୍ନିଶମ ବାହିନୀ ଉଦ୍ଧାର କରିଛନ୍ତି । ମୃତକ ନାବାଳକ ଜଣଙ୍କ ଭୁବନ ଏନଏସିର ହୃଦାନନ୍ଦ ଗୋଛାୟତଙ୍କ ପୁଅ ବିଶାଳ ଗୋଛୟତ ବୋଲି ଜଣାପଡିଛି । ଭୁବନ ବୁଧେଶ୍ବର ମନ୍ଦିର ନିକଟସ୍ଥ ଦକ୍ଷିଣକାଳୀ ମନ୍ଦିର ନିକଟରେ ବନ୍ୟାପାଣି ଦେଖୁଥିବା ବେଳେ ଗୋଡ ଖସିଯିବାରୁ ସେ ପାଣିରେ ବୁଡି ଯାଇଥିଲେ ।