ଟ୍ୱିନ ସିଟିରେ ପ୍ରବଳ ବର୍ଷା

ଭୁବନେଶ୍ୱର: ପ୍ରବଳ ବର୍ଷା ନେଇ ଟୁଇନ ସିଟିକୁ ୟେଲୋ ୱାର୍ଣ୍ଣିିଂ ଜାରି କରାଯାଇଛି। ଟ୍ଵିନ ସିଟିରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଦେଇଛି ପାଣିପାଗ ବିଭାଗ। ଦିନ ୧୦ ଯାଏଁ କଟକ ଓ ଭୁବନେଶ୍ୱରରେ ପ୍ରବଳ ବର୍ଷା ହେବ। ଘଣ୍ଟାକୁ ୨ରୁ ୩ ସେମିରେ ବର୍ଷିବ। ଏନେଇ ଯଥାସମ୍ଭବ ଘରୁ ନବାହାରିବାକୁ ପରାମର୍ଶ ଦିଆଯାଇଛି।
ପ୍ରବଳ ବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ ପାଣି ଜମିବା ସମ୍ଭାବନା ରହିଛି। ଏଥିସହ ଟ୍ରାଫିକ୍ ଜାମ୍ ହୋଇପାରେ। ରାସ୍ତାରେ ଗଲା ବେଳେ ମ୍ୟାନ୍ ହୋଲ୍କୁ ନଜରରେ ରଖି ଯିବାକୁ ପରାମର୍ଶ ଦିଆଯାଇଛି।ଗତକାଲି ରାତିରୁ ଟ୍ୱିନ ସିଟିରେ ପ୍ରବଳ ବର୍ଷା ଲାଗି ରହିଛି।