Odisha Link
Bridging the Missing Links in Odisha

ସ୍କୁଟିରୁ ୨ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ

ଆଳି: ରାଜ୍ୟରେ ଦିନକୁ ଦିନ ବ୍ରାଉନ ସୁଗାର କାରବାର ବଢ଼ିବାକୁ ଲାଗିଛି। ଗତକାଲି ବିଳମ୍ବିତ ରାତିରେ ଆଳି ପୁଲିସ ଦୁଇଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ କରିଛି। ଏସଆଇ ସୌମ୍ୟରଞ୍ଜନ ପାଣିଗ୍ରାହୀଙ୍କ ନେତୃତ୍ୱରେ ଆଳି ପୁଲିସ ରାତ୍ରି ପାଟ୍ରୋଲିଂରେ ସମୟରେ କଟକ-ଚାନ୍ଦବାଲି ରାସ୍ତାର ପତ୍ରପୁର ସେତୁ ନିକଟରେ ଏକ ସ୍କୁଟି ଆରୋହୀ ଯୁବକ ନିକଟରୁ ୭ ଗ୍ରାମରୁ ଉର୍ଦ୍ଧ୍ବ ବ୍ରାଉନ ସୁଗାର ପୁଲିସ ଜବତ କରଯାଇଛି।

ସଂପୃକ୍ତ ଯୁବକକୁ ଗିରଫ କରାଯାଇଛି। ଗିରଫ ଯୁବକ ପଟ୍ଟାମୁଣ୍ଡାଇ ଥାନା ଦକ୍ଷିଣଡିହା ଗ୍ରାମର ରମାକାନ୍ତ ଦାସ ଓରଫ ବାପି ବୋଲି ଆଳି ଥାନା ଅଧିକାରୀ ସଲୀଳ କୁମାର ପ୍ରଧାନ ସୂଚନା ଦେଇଛନ୍ତି। ଯୁବକ ଜଣକ ପଟ୍ଟାମୁଣ୍ଡାଇ ଆଡୁ ଆଳି ଅଭିମୁଖେ ସ୍କୁଟିରେ ଯାଉଥିଲେ। ପୋଲିସ ଏ ଘଟଣାର ତଦନ୍ତ ଜାରି ରଖିଛି।

Comments are closed.