Odisha Link
Bridging the Missing Links in Odisha

ହାଥ୍ରାସ ଗଣଦୁଷ୍କର୍ମ ମାମଲା: ପୀଡ଼ିତାଙ୍କ ପରିବାରକୁ ୨୫ଲକ୍ଷ ଟଙ୍କା ସହ ଚାକିରି ଦେବାକୁ ଘୋଷଣା

ଲକ୍ଷ୍ନୌ: ହାଥ୍ରାସ ଗଣଦୁଷ୍କର୍ମ ପୀଡିତାଙ୍କ ପରିବାର ସହ କଥା ହୋଇଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଯୋଗୀ ଭିଡିଓ କଲ୍ ମାଧ୍ୟମରେ ପୀଡିତାଙ୍କ ପରିବାର ସହ କଥା ହୋଇଛନ୍ତି। ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୀଡିତାଙ୍କ ବାପା ମୁଖ୍ୟମନ୍ତ୍ରୀଙ୍କୁ କହିଥିବା ଜଣାପଡିଛି। ମୁଖ୍ୟମନ୍ତ୍ରୀ ପୀଡ଼ିତାଙ୍କ ବାପାଙ୍କୁ ଆଶ୍ୱାସନା ଦେଇ ଅଭିଯୁକ୍ତଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ୨୫ଲକ୍ଷ ଟଙ୍କା ଅନୁଦାନ ଘୋଷଣା କରିଛନ୍ତି।

ପରିବାରର ଜଣେ ସଦସ୍ୟଙ୍କୁ ଚାକିରି ଦିଆଯିବ ସହ ୨୫ଲକ୍ଷ ଟଙ୍କା ଅନୁଦାନ ଦିଆଯିବ ଏବଂ ପରିବାରକୁ ରହିବା ପାଇଁ ଘର ଯୋଗାଇ ଦିଆଯିବା ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଏଥି ସହିତ ହାଥ୍ରାସ ମାମଲାର ତଦନ୍ତ ପାଇଁ ଏସଆଇଟି ଗଠନ କରାଯାଇଛି। ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶ ପରେ ଗୃହ ସଚିବ ଭଗବାନ୍ ସ୍ୱରୂପଙ୍କ ନେତୃତ୍ୱରେ ତିନିଜଣିଆ ଏସଆଇଟି ଏହି ଘଟଣାର ତଦନ୍ତ କରିବେ। ଏସଆଇଟିରେ ଦଲିତ ଏବଂ ମହିଳା ଅଧିକାରୀ ମଧ୍ୟ ଅଛନ୍ତି। ପୂରା ମାମଲାକୁ ଫାଷ୍ଟ୍ ଟ୍ରାକତ କୋର୍ଟକୁ ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିର୍ଦ୍ଦେଶ ଦେବା ସହ ୭ଦିନ ମଧ୍ୟରେ ଅଦାଲତରେ ରିପୋର୍ଟ ଦାଖଲ କରିବାକୁ କହିଛନ୍ତି।

Comments are closed.