ଭାରତ ଉଭୟ ପକ୍ଷରୁ ଯୁଦ୍ଧ ପାଇଁ ପ୍ରସ୍ତୁତ: ଆରକେଏସ୍ ଭଦୋରିଆ

ଲଦାଖ୍: ଏଲ୍ଏସିରେ ତିକ୍ତତା ଲାଗି ରହିଥିବା ବେଳେ ଆଜି ବାୟୁ ସେନା ମୁଖ୍ୟ ଆରକେଏସ୍ ଭଦୋରିଆ ବଡ଼ ବୟାନ ଦେଇଛନ୍ତି। ଆରକେଏସ୍ ଭଦୋରିଆ କହିଛନ୍ତି, ଭାରତ ଉତ୍ତର ଭାରତରେ ଉଭୟ ପକ୍ଷରୁ ଲଢ଼ିବା ପାଇଁ ପ୍ରସ୍ତୁତ। ଚୀନ ଏବଂ ପାକିସ୍ତାନ ମଧ୍ୟରୁ ଯେଉଁପଟୁ ଉତ୍ତେଜନା ସୃଷ୍ଟି ହେବ ସେହି ପଟେ ମୁକାବିଲା ନେଇ ଭାରତ ପ୍ରସ୍ତୁତ ରହିଛି।
ଏଥିସହ ଭଦୋରିଆ କହିଛନ୍ତି, ରାଫେଲ୍ ଆସିବା ପରେ ବାୟୁସେନାର ଶକ୍ତି ବଢ଼ିଯାଇଛି। ଏହା ଦ୍ୱାରା ଖୁବଶୀଘ୍ର ଏବଂ କଡ଼ା ପଦକ୍ଷେପ ଗ୍ରହଣ କରାଯାଇପାରିବ। କମ୍ୱେଟ୍ ହେଲିକେପ୍ଟର, ଟ୍ରେନର ଏୟାରକ୍ରାଫ୍ ସମେତ ଅନ୍ୟ ଶକ୍ତିଶାଳୀ ଅସ୍ତ୍ରଶସ୍ତ୍ର ବାୟୁସେନାର ଶକ୍ତି ବୃଦ୍ଧି କରିବ।