Odisha Link
Bridging the Missing Links in Odisha

ସମ୍‌ରେ ନୂତନ ରେନାଲ୍ ପାଥୋଲୋଜି ବିଭାଗର ମାଇକ୍ରୋସ୍କୋପ୍ ଯନ୍ତ୍ର ଉଦ୍‌ଘାଟିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନ୍‌ଷ୍ଟିୁଚ୍ୟଟ୍‌ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ (ଆଇଏମ୍‌ଏସ୍ ଆଣ୍ଡ ସମ୍‌) ହସ୍ପିଟାଲ୍‌ରେ ନୂତନ ରେନାଲ୍‌
ପାଥୋଲୋଜି ବିଭାଗରେ ଅତ୍ୟାଧୁନିକ ଇମ୍ୟୁନୋଫ୍ଲୋରେନସ୍ ମାଇକ୍ରୋସ୍କୋପ ଯନ୍ତ୍ର ଉଦ୍‌ଘାଟିତ ହୋଇଯାଇଛି।

ବର୍ତମାନ ସମୟରେ କିଡ୍‌ନୀ ରୋଗର ଭୟାବହତା ଖୁବ୍ ଦ୍ରୁତ ଗତିରେ ବଢ଼ୁଥିବା ବେଳେ ରୋଗୀ କିପରି ତତ୍‌କ୍ଷଣାତ ନିଦାନ ଓ କିଡ୍‌ନୀ ଜନିତ ସମସ୍ୟାର ଚିକିତ୍ସା କରିପାରିବେ ସେ ଦିଗରେ ଏହି ଯନ୍ତ୍ରଟିର ଭୂମିକା ଖୁବ୍ ଗୁରୁତ୍ୱପୂର୍ଣ୍ଣ ରହିବ। ଏହି ଯନ୍ତ୍ରର ବିଶେଷତ୍ୱ ହେଉଛି ବାୟୋପ୍ସି ମାଧ୍ୟମରେ କିଡନୀରୁ ସଂଗୃହିତ ମାଂସ ଏହି ଇମ୍ୟୁନୋଫ୍ଲୋରେନସ୍‌ ମାଇକ୍ରୋସ୍କୋପ ମାଧ୍ୟମରେ ରୋଗର ସ୍ଥିତିକୁ ସଠିକ୍ ଭାବରେ ପ୍ରଦାନ କରିଥିାଏ। ଯଦ୍ୱାରା ଡାକ୍ତର ଖୁବ୍‌ଶୀଘ୍ର ଚିକିତ୍ସା ପ୍ରଦାନ କରିପାରିଥାନ୍ତି। ରୋଗୀ ମଧ୍ୟ ଖୁବ୍ ଶୀଘ୍ର ସୁସ୍ଥ ହୋଇଥାଏ।

ସୂଚନାଯୋଗ୍ୟ ଯେ, ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ପୂର୍ବ ଭାରତର ଆଗଧାଡିର ଏକ ସଫଳ ହସ୍ପିଟାଲ୍‌ ଭାବେ ଖୁବ୍ ଲୋକପ୍ରିୟତା ଅର୍ଜନ କରିଛି । ସମ୍‌ରେ ସ୍ୱଳ୍ପ ମୂଲ୍ୟରେ ଓ ଅଳ୍ପ ସମୟ ମଧ୍ୟରେ ସଫଳ ଚିକିତ୍ସା ପ୍ରଦାନ କରାଯାଇଥାଏ। ତେଣୁ ଏହି ଯନ୍ତ୍ରଟିର ଉଦ୍‌ଘାଟନ ସମସ୍ତ କିଡନୀ ରୋଗୀମାନଙ୍କ ପାଇଁ ନିଶ୍ଚିତଭାବେ ଏକ ଶୁଭ ଖବର। ଏହି ଉଦ୍‌ଘାଟନ ଉତ୍ସବରେ ସୋଆର କୁଳପତି ପ୍ରଫେସର ଡଃ ଅଶୋକ କୁମାର ମହାପାତ୍ର, ଆଇଏମ୍‌ଏସ୍‌ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର ଗଙ୍ଗାଧର ସାହୁ, ସମ୍ ହସ୍ପିଟାଲ୍‌ର ଅଧିକ୍ଷକ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର, ନେଫ୍ରୋଲୋଜି ବିଭାଗୀୟ ମୁଖ୍ୟ ଡଃ ତାପସ ରଞ୍ଜନ ବେହେରା, ଡଃ ବିଶ୍ୱରଞ୍ଜନ ସାହୁ, ପାଥୋଲୋଜି ବିଭାଗର ମୁଖ୍ୟ ଡଃ ଦେବହୁତୀ ମହାପାତ୍ର, ହେମାଟୋଲୋଜି ବିଭାଗର ଡଃ ରାଜେଶ ଭୋଳ, କିଡନିୀ ନିଦାନ ସ୍ୱତନ୍ତ୍ର ତାଲିମ ପ୍ରାପ୍ତ ଡଃ ନିବେଦିତା ସାହୁ ଓ ଡଃ ପ୍ରିୟଦର୍ଶିନୀ ଦେହୁରୀ ପ୍ରମୁଖ ଉପସ୍ଥିତ ଥିଲେ।