ବିଶ୍ୱସ୍ତରୀୟ ଟାଇମ୍ସ ହାଇଅର ଏଡୁକେସନ ରାକିଙ୍ଗ୍ରେ ସୋଆ ସ୍ଥାନିତ

ଭୁବନେଶ୍ୱର: ସମ୍ନାନଜନ ଟାଇମ୍ସ ହାଇଅର ଏଡୁକେସନ (ଟିଏଚଇ) ୱାର୍ଲଡ ୟୁନିଭର୍ସିଟି ରାଙ୍କିଙ୍ଗରେ କ୍ରମାଗତ ଦ୍ଵିତୀୟ ବର୍ଷ ଲାଗି ଇଞ୍ଜିନିଅରିଂ ଓ ଟେକ୍ନୋଲୋଜ୍ଜି ଏବଂ କମ୍ପ୍ୟୁଟର ସାଇନ୍ସ କ୍ଷେତ୍ରରେ ୬୦୧-୮୦୦ କାଟେଗୋରୀରେ ସ୍ଥାନ ପାଇଛି ଶିକ୍ଷା ଓ ଅନୁସନ୍ଧାନ (ଡିମଡ଼ ଟୁ ବି) ବିଶ୍ୱବିଦ୍ୟାଳୟ।
ବୁଧବାର ପ୍ରକାଶିତ ଏହି ରାଙ୍କିଙ୍ଗରେ କ୍ଲିନିକାଲ, ପ୍ରି କ୍ଲିନିକାଲ ଓ ହେଲଥ କାଟେଗୋରୀରେ ସୋଆ ୬୦୧ ପ୍ଲସ ବ୍ରାକେଟରେ ସ୍ଥାନ ପାଇଛି ସ୍ଥାନ ପାଇଛି। ପୂର୍ବରୁ ଟିଏଚଇ ୱାର୍ଲଡ ରାଙ୍କିଙ୍ଗରେ ବିଶ୍ୱବିଦ୍ୟାଳୟ ଗୁଡିକ ମଧ୍ୟରେ ୧୦୦୧ ପ୍ଲସ କାଟାଗୋରୀରେ ସ୍ଥାନ ପାଇଥିଲା ସୋଆ। ଉଚ୍ଚ ଶିକ୍ଷା କ୍ଷେତ୍ରରେ ପାରଦର୍ଶିତାକୁ ନେଇ ଶିକ୍ଷା ପ୍ରଦାନ, ଗବେଷଣା, ସନ୍ଦର୍ଭ, ଶିଳ୍ପ ସଂଶ୍ଲିଷ୍ଟ ଆୟ ଓ ଅନ୍ତର୍ଜାତୀୟ ଦୃଷ୍ଟିଭଙ୍ଗୀ ମାପଦଣ୍ଡ କୁ ଆଧାର କରି ଏହି ରାଙ୍କିଙ୍ଗ ପ୍ରସ୍ତୁତ କରାଯାଇଛି।
ଉଚ୍ଚ ଶିକ୍ଷା କ୍ଷେତ୍ରରେ ପାରଦର୍ଶିତାକୁ ନେଇ ଶିକ୍ଷା ପ୍ରଦାନ, ଗବେଷଣା, ସନ୍ଦର୍ଭ, ଶିଳ୍ପ ସଂଶ୍ଲିଷ୍ଟ ଆୟ ଓ ଅନ୍ତର୍ଜାତୀୟ ଦୃଷ୍ଟିଭଙ୍ଗୀ ମାପଦଣ୍ଡକୁ ଆଧାର କରି ଏହି ରାଙ୍କିଂ ପ୍ରସ୍ତୁତ କରାଯାଇଛି। ସୋଆ ଅଧୀନରେ ନଅଟି ଶିକ୍ଷାନୁଷ୍ଠାନ ପରିଚାଳିତ ହେଉଥିବା ବେଳେ ଚଳିତବର୍ଷ ନାସନାଲ ଇନ୍ଷ୍ଟିଚ୍ୟୁସନାଲ ରାଙ୍କୀଙ୍ଗ ଫ୍ରେମୱାର୍କ (ଏନଆଇଆରଏଫ ) ୨୦୨୦ରେ ଦେଶର ବିଂଶତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଭାବେ ସ୍ଥାନ ପାଇଛି ସୋଆ। ସେହିପରି ଏହାର ମେଡିକାଲ ସାଇନ୍ସ ଫାକଲ୍ଟି ଆଇଏମଏସ ଆଣ୍ଡ ସମ ହସ୍ପିଟାଲ ୨୩ ତମ ସ୍ଥାନ, ଇଂଜିନିୟରିଂ ଫାକଲ୍ଟି ଇନ୍ଷ୍ଟିଚ୍ୟୁଟ୍ ଅଫ ଟେକ୍ନିକାଲ ଏଡୁକେସନ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର ) ୩୪ତମ ସ୍ଥାନ ଏବଂ ଫାକଲ୍ଟି ଅଫ ଡେଣ୍ଟାଲ ସାଇନସେସ ଏନଆଇଆରଏଫ ରାଙ୍କୀଙ୍ଗ ରେ ଦେଶରେ ୧୨ତମ ସ୍ଥାନ ହାସଲ କରିଛି।