ତିର୍ତ୍ତୋଲ ଓ ବାଲେଶ୍ବରବାସୀଙ୍କୁ ସମ୍ବୋଧନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଉପ ନିର୍ବାଚନ ବିଜୟ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତିର୍ତ୍ତୋଲ ଓ ବାଲେଶ୍ବରବାସୀଙ୍କୁ ସମ୍ବୋଧନ କରିଛନ୍ତି। ତିର୍ତ୍ତୋଲ ଓ ବାଲେଶ୍ୱରରେ ବିପୁଳ ବିଜୟ ପରେ ଦୁଇଟି ଆସନର ବିଜେତା ଓ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଦେଲେ ନବୀନ। ବିଜୟୀ ହୋଇଥିବା ନୂଆ ବିଧାୟକଙ୍କୁ ଅଭିନନ୍ଦନ ଜଣାଇବା ସହ ମନ୍ତ୍ର ଦେଲେ ନବୀନ ।
ତିର୍ତ୍ତୋଲବାସୀ, କର୍ମୀଙ୍କୁ ଧନ୍ୟବାଦ ଜଣାଇବା ସମୟରେ ନବୀନ କହିଲେ ବିଜେଡିକୁ ପୁଣି ବିଶ୍ୱାସକୁ ନେଇଥିବାରୁ ତିର୍ତ୍ତୋଲବାସୀଙ୍କ ପାଖେ ମୁଁ ଋଣୀ। ତେବେ ବିଜୟ ପାଇଁ ଆମ କର୍ମୀମାନେ ବହୁତ ପରିଶ୍ରମ କରିଛନ୍ତି। କରୋନା କାଳରେ ନିୟମ ମାନି କାମ କରିଥିବାରୁ ଆପଣଙ୍କୁ ଧନ୍ୟବାଦ। ଆମେ କଥାରେ ନୁହେଁ, କାମରେ ବିଶ୍ୱାସ କରୁ । ବିଜୟୀ ହୋଇଥିବା ବିଜୟ ଶଙ୍କରଙ୍କୁ ମୋର ଅଭିିନନ୍ଦନ।
ତିର୍ତ୍ତୋଲର ବିକାଶ ପାଇଁ ଆପଣ କାମ ଜାରି ରଖନ୍ତୁ। କରୋନା ସମୟରେ ଲୋକଙ୍କ ପାଖକୁ ଯାଆନ୍ତୁ। ଲୋକଙ୍କ ସମସ୍ୟା ବୁଝନ୍ତୁ। ସେମାନଙ୍କ ପ୍ରତିଟି ସମସ୍ୟା ଶୁଣି ମତେ କୁହନ୍ତୁ ଆଉ ତାର ସମାଧାନ କରନ୍ତୁ ବୋଲି ନବୀନ ତିର୍ତ୍ତୋଲର ନୂଆ ବିଧୟକ ବିଜୟ ଶଙ୍କରଙ୍କୁ ପରାମର୍ଶ ଦେଇଛନ୍ତି।