ରାଣୀ ଏଲିଜାବେଥ୍ ଓ ଯୁବରାଜ ଫିଲିପ୍ ନେବେ କରୋନା ଟିକା

ବ୍ରିଟେନ୍: ଇଂଲଣ୍ଡର ରାଣୀ ଦ୍ବିତୀୟ ଏଲିଜାବେଥ୍ ନେବେ କରୋନା ଟିକା। ଫାଇଜର ଟିକା ନେବେ ଦ୍ୱିତୀୟ. ଏଲିଜାବେଥ୍ ଏବଂ ଯୁବରାଜ ଫିଲିପ୍। ଜରୁରୀକାଳୀନ ଅନୁମତି ଦେବାପରେ କିଛି ସପ୍ତାହ ମଧ୍ୟରେ ସେମାନେ ଟିକା ନେବେ ବୋଲି ଜଣାପଡିଛି। ଟିକାକରଣ ପ୍ରତି ଲୋକମାନଙ୍କ ମଧ୍ୟରେ ଭରସା ବଢ଼ାଇବା ନିମନ୍ତେ ରାଣୀ ଦ୍ୱିତୀୟ ଏଲିଜାବେଥ୍ ଏବଂ ଯୁବରାଜ ଫିଲିପ୍ କୋଭିଡ ଟିକା ନେବେ।
କରୋନା ମୁକ୍ତ ଲାଗି ବିଶ୍ବରେ ପ୍ରଥମ ଦେଶ ଭାବେ ବ୍ରିଟେନରେ ଆସନ୍ତା ସପ୍ତାହରୁ ଗଣ ଟିକାକରଣ ଅଭିଯାନ ଆରମ୍ଭ ହେବାକୁ ଯାଉଛି। ୯୪ ବର୍ଷୀୟ ରାଣୀ ଏବଂ ୯୯ ବର୍ଷିୟ ଯୁବରାଜଙ୍କୁ କୌଣସି ଅଗ୍ରାଧିକାର ଭିତ୍ତିରେ କୋଭିଡ୍ -୧୯ ଟିକା ଦିଆଯିବ ନାହିଁ। ୮୦ ବର୍ଷରୁ ଅଧିକ ବୟସ ବର୍ଗର ଲୋକଙ୍କୁ ଏହି ଟିକା ଦିଆଯିବା ସମୟରେ ଉଭୟ ଧାଡ଼ି ବାନ୍ଧି ଟିକାକରଣସ୍ଥଳରେ ଅପେକ୍ଷା କରିବେ। ଗତ ବୁଧବାର ବ୍ରିଟେନ ସରକାର ଫାଇଜର ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେଇଥିଲେ।
ସୂଚନାଯୋଗ୍ୟ, ଫାଇଜର ଟିକାର ଜରୁରୀ ବ୍ୟବହାର ଲାଗି ବ୍ରିଟେନ ସରକାର ଗତ ୨ ତାରିଖରେ ଅନୁମତି ଦେଇଛନ୍ତି। ଫଳରେ କୌଣସି ଟିକାକୁ ଜରୁରୀ ବ୍ୟବହାର ଲାଗି ଅନୁମତି ଦେବାରେ ବ୍ରିଟେନ ବିଶ୍ୱର ପ୍ରଥମ ଦେଶ ହୋଇଛି। କମ୍ପାନୀକୁ ୪ କୋଟି ଡୋଜ ଟିକା ଦେବାକୁ ଆଗୁଆ କୁହାଯାଇଛି। ତେବେ ଆସନ୍ତା ସପ୍ତାହରେ କମ୍ପାନି ପ୍ରାୟ ୮ ଲକ୍ଷ ଡୋଜ ଟିକା ଦେବାକୁ ଲକ୍ଷ୍ୟ ରଖିଛି।