Odisha Link
Bridging the Missing Links in Odisha

ସିମ୍ପାଥୀ କୁଇନ୍‌ ଭାବେ ଟ୍ରୋଲ ହେଲେ ରିୟା

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ରିୟା ଚକ୍ରବର୍ତ୍ତୀ ଜୋରଦାର ଟ୍ରୋଲ ହେଉଛନ୍ତି। ସୁଶାନ୍ତଙ୍କ ମୃତ୍ୟୁ ପାଇଁ ରିୟାଙ୍କୁ ଦାୟୀ କରୁଥିବା ବେଳେ ନିକଟରେ ରିୟା କରିଥିବା ଏକ ଭିଡିଓ ପୋଷ୍ଟକୁ ନେଇ ପୁଣି ତାଙ୍କୁ ଟ୍ରୋଲର ଶୀକାର ହେବାକୁ ପଡିଛି।

ରିୟା ଚକ୍ରବର୍ତ୍ତୀ ଏକ ଶିଶୁର ଭିଡିଓ ସେୟାର କରିଥିଲେ। ଅସୁସ୍ଥ ଥିବା ଏହି ଶିଶୁର ଚିକିତ୍ସା ପାଇଁ ଟଙ୍କା ଡୋନେଟ୍ କରିବାକୁ ତାଙ୍କ ଫ୍ୟାନଙ୍କୁ ଅପିଲ କରିଥିଲେ। ତେବେ କିଛି ଲୋକ ଟ୍ରୋଲ କରି କହିଛନ୍ତି, ଇମେଜ୍ ସୁଧାରିବାକୁ ରିୟାଙ୍କ ଏହି ଟ୍ରିକ୍ କାମ କରିବନି।

ବର୍ଷକର ଏହି ଶିଶୁ ବିରଳ ଜିନ୍‌ଗତ ରୋଗରେ ଆକ୍ରାନ୍ତ। ଶିଶୁକୁ ୨ ବର୍ଷ ହେବା ଭିତରେ ଯଦି ତାର ଚିକିତ୍ସା କରାନଯାଏ ତେବେ ତାର ଜୀବନ ଚାଲିଯିବ। ଶିଶୁର ଚିକିତ୍ସା ପାଇଁ ଏକ ବିଶେଷ ଔଷଧ ଜୋଲଗେନ୍ସମା ଦରକାର। ଯାହାର ମୂଲ୍ୟ ୧୬ କୋଟି ଟଙ୍କା। ଏହି ଔଷଧ କିଣିବାକୁ ରିୟା ନିଜ ଫ୍ୟାନ୍ ଓ ଫଲୋଅର୍ସଙ୍କୁ ଟଙ୍କା ସାହାଯ୍ୟ ମାଗିଥିଲେ।

https://www.instagram.com/rhea_chakraborty/channel/?utm_source=ig_embed&ig_rid=9f1eaac5-126b-418b-b4b0-50b8273bb278

ଶିଶୁର ଭିଡିଓ ସେୟାର କରିବା ସହ କ୍ୟାପସନରେ ଲେଖିଥିଲେ ‘ପ୍ଲିଜ୍ ହେଲ୍ପ ଜାନିଶ’। ତେବେ ରିୟାଙ୍କ ଏହି ପୋଷ୍ଟ ଭିଡିଓ ଭାଇରାଲ ହେବା ସହ ଜୋରଦାର ଟ୍ରୋଲ ହୋଇଛି। କିଏ ରିୟାଙ୍କୁ ସିମ୍ପାଥୀ କୁଇନ୍ କହିଛି ତ ଆଉ କିଏ ଲେଖିଛି, ତମେ ଅଧିକା ପଇସା ଲୁଟିଛ ତେଣୁ ତୁମେ ହିଁ ସାହାଯ୍ୟ କର।