Odisha Link
Bridging the Missing Links in Odisha

ଅଲିମ୍ପିଆନଙ୍କୁ ଟି ପାର୍ଟିକୁ ନିମନ୍ତ୍ରଣ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ପ୍ରତିନିଧିତ୍ୱ କରିଥିବା ସମସ୍ତ ଭାରତୀୟ ଆଥଲେଟଙ୍କ ପାଇଁ ଏକ ଟି ପାର୍ଟିର ଆୟୋଜନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଆସନ୍ତା ୧୪ ତାରିଖ ଦିନ ରାଷ୍ଟ୍ରପତି ଭବନ ସ୍ଥିତ୍‌ କଲଚରାଲ ସେଣ୍ଟରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି ଅବସରରେ ରାଷ୍ଟ୍ରପତି ସମସ୍ତ ଆଥଲେଟ୍‌ଙ୍କ ସହ ଆଲେଚନା କରିବେ। ଆଥଲେଟଙ୍କ ସହ ଆହୁରି ଅନେକ ବିଶିଷ୍ଟ ବ୍ୟକ୍ତି ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ। ଏନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନା ମୁତାବିକ, ଚଳିତ ବର୍ଷ ପ୍ରଥମ କରି ଜାଭେଲିନ ଥ୍ରୋର ଭାଗ ନେଇ ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିଣି ଭାରତକୁ ଆଥଲେଟିକ୍‌ରେ ଗୌରାବନ୍ୱିତ କରିଛନ୍ତି ନୀରଜ ଚୋପ୍ରା କରିଛନ୍ତି। ଟୋକିଓ ଅଲିମ୍ପିକରେ ୪୧ ବର୍ଷ ପରେ ଭାରତୀୟ ପୁରୁଷ ହକି ଟିମ୍ ବ୍ରାେଞ୍ଜ ପଦକ ଥିବା ବେଳେ ମହିଳା ହକି ଟିମ୍ ଭଳ ପ୍ରଦର୍ଶନ କରିଥିଲେ। ସେହିଭଳି ପିଭି ସିନ୍ଧୁ, ବଜରଙ୍ଗ ପୁନିଆ, ମୀରାବାଇ ଚାନୁ, ଲଭଲିନା ବୋର୍ଗୋହେନ ପଦକ ଜିତି ଦେଶକୁ ଗୌରାବନ୍ବିତ କରିଛନ୍ତି।

Leave A Reply

Your email address will not be published.