Odisha Link
Bridging the Missing Links in Odisha

ଓଡ଼ିଶା ଆସିବେ ଅଲିମ୍ପିକ୍ ବିଜେତା ଭାରତୀୟ ପୁରୁଷ ହକି ଦଳ

ଭୁବନେଶ୍ବର: ଓଡ଼ିଶା ଆସିବେ ଅଲିମ୍ପିକ୍ ବିଜେତା ଭାରତୀୟ ପୁରୁଷ ହକି ଦଳ। ୪୧ ବର୍ଷ ପରେ ଟୋକିଓ ଅଲିମ୍ପିକ୍ସରେ ହକିରେ ପଦକ ହାସଲ କରିଛି ଭାରତୀୟ ପୁରୁଷ ହକି ଦଳ। ବିଜେତା ଭାରତୀୟ ହକି ଦଳକୁ ପ୍ରୋତ୍ସାହିତ କରିବେ ଓଡ଼ିଶା ସରକାର। ଆସନ୍ତା ୧୬ ତାରିଖରେ ଟିମ୍ ଇଣ୍ଡିଆ ପୁରୁଷ ହକି ଦଳକୁ ଓଡ଼ିଶା ନିମନ୍ତ୍ରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଟୋକିଓରେ ଐତିହାସିକ ବ୍ରୋଞ୍ଜ ପଦକ ବିଜେତା ପୁରୁଷ ହକି ଦଳକୁ ସ୍ୱାଗତ ସମ୍ବର୍ଦ୍ଧନା ଦେବା ସହ ଉତ୍ତରୀୟ ପ୍ରଦାନ କରାଯିବ। ଉତ୍ତରୀୟରେ ରହିଛି ହକି ଷ୍ଟିକ୍ ସହ ଅଲିମ୍ପିକ୍ସ ଚିହ୍ନ। ସମ୍ବଲପୁରୀ ବସ୍ତ୍ରରେ ତିଆରି ବାନ୍ଧ କଳାରେ ତିଆରି ହେଉଛି ହକି ତାରକାଙ୍କ ପାଇଁ ସ୍ୱତନ୍ତ୍ର ଉତରୀୟ। ଏହି ସ୍ୱତନ୍ତ୍ର ଉତ୍ତରୀୟ ଦେଇ ଖେଳାଳିଙ୍କୁ ସ୍ୱାଗତ କରିବେ ରାଜ୍ୟ ସରକାର।