Odisha Link
Bridging the Missing Links in Odisha

ଆଜିଠୁ ୪ର୍ଥ ପର୍ଯ୍ୟାୟ ଜେଇଇ ମେନ୍‌ ଆରମ୍ଭ

ନୂଆଦିଲ୍ଲୀ: ଆଜିଠୁ ଚତୁର୍ଥ ପର୍ଯ୍ୟାୟ ଜେଇଇ ମେନ୍‌ ଆରମ୍ଭ। ଅଗଷ୍ଟ ୨୬, ୨୭, ୩୧ ଓ ସେପ୍ଟେମ୍ବର ୧ ଓ ୨ ତାରିଖରେ ସାରା ଦେଶରେ ଏହି ପରୀକ୍ଷା ଅନୁଷ୍ଠିତ ହେବ। ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଦେଶର ୩୩୪ଟି ସହରରେ ପରୀକ୍ଷା ପରିଚାଳନା କରୁଛି। କୋଭିଡ ଗାଇଡଲାଇନ୍ ମଧ୍ୟରେ ଦେଶର ପ୍ରାୟ ୭ ଲକ୍ଷ ଛାତ୍ରଛାତ୍ରୀ ଜେଇଇ ମେନ୍ ପରୀକ୍ଷା ଦେବେ।

ଓଡ଼ିଶାରୁ ପ୍ରାୟ ଲକ୍ଷେ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ଚଳିତବର୍ଷ ୪ଟି ପର୍ଯ୍ୟାୟରେ ଏହି ଜେଇଇ ମେନ୍ ଅନୁଷ୍ଠିତ ହେଉଛି। ୪ଟି ପରୀକ୍ଷାରୁ ଛାତ୍ରଛାତ୍ରୀଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନକୁ ଗ୍ରହଣ କରାଯିବ ବୋଲି ଏନଟିଏ ପକ୍ଷରୁ କୁହାଯାଇଛି।