Odisha Link
Bridging the Missing Links in Odisha

୮୦ କୋଟି ଲୁଟ୍‌ ପ୍ରମାଣ ପାଇବା ପରେ ବି ନିରବ ଜିଲ୍ଲାପାଳ, ଦେଖନ୍ତୁ ଭିଡିଓ

ସେ ଜଣେ ପ୍ରଭାବଶାଳୀ ମନ୍ତ୍ରୀଙ୍କ ଅତି ନିକଟତର ଓ ଜିଲ୍ଲାରେ ତାଙ୍କ ପାଇଁ ପାଣ୍ଠିଯୋଗାଡ଼ କରିବାରେ ପ୍ରମୁଖ ଭୂମିକା ନେଉଛନ୍ତି ବୋଲି ଚର୍ଚ୍ଚାହୁଏ। ଜିଲ୍ଲାପାଳ ସବୁ ପ୍ରମାଣ ପାଇଥିବା ସତ୍ତ୍ବେ ସେଇ ପ୍ରଭାବଶାଳୀ ମନ୍ତ୍ରୀଙ୍କ ଚାପରେ କାର୍ଯ୍ୟାନୁଷ୍ଠାନ ନେଇପାରୁନାହାନ୍ତି ବୋଲି ସାଧାରଣରେ ସନ୍ଦେହ ଉପୁଜିଛି।

ନୟାଗଡ଼: ବ୍ଲକ୍‌ ଅଧ୍ୟକ୍ଷାଙ୍କ ଜାଲ୍‌ ଦସ୍ତଖତ କରି ମିଥ୍ୟା ବିଲ୍‌ ମାଧ୍ୟମରେ ଓ ବିନା କାମରେ ୮୦ କୋଟିରୁ ଅଧିକ ଟଙ୍କା ଜଣେ ପ୍ରଭାବଶାଳୀ ବିଜେଡି ନେତା ଲୁଟି ନେଇଛନ୍ତି ବୋଲି ଅଭିଯୋଗ ଆସିଲା। ଅଭିଯୋଗ ପାଇବା ପରେ ଜିଲ୍ଲାପାଳ ତଦନ୍ତ ନିର୍ଦ୍ଦେଶ ଦେଲେ। ଉପଜିଲ୍ଲାପାଳଙ୍କୁ ତଦନ୍ତ ଦାୟିତ୍ବ ମିଳିଲା। ୨୦୧୮ରୁ ୨୦୨୧ ପର୍ଯ୍ୟନ୍ତ ଜାଲ୍‌ ଦସ୍ତଖତ କରାଯାଇ ବହୁ ନକଲି ନଥି ପ୍ରସ୍ତୁତ ହୋଇଛି ବୋଲି ନୟାଗଡ଼ ଜିଲ୍ଲାପାଳ ଲଗ୍ନଜିତ ରାଉତ ଜିଲ୍ଲାପାଳ ପୋମା ଟୁଡୁଙ୍କୁ ଜଣାଇଲେ। ଏ ନେଇ ଲଗ୍ନଜିତ ରାଉତ ଗଣମାଧ୍ୟମରେ ସ୍ପଷ୍ଟ ମତ ରଖିଲେ ଓ ସାଧାରଣ ଆଖିକୁ ଜାଲ୍‌ ଦସ୍ତଖତ ଜଳଜଳ ଦିଶୁଛି ବୋଲି ଜଣାଇଲେ। ଏ ସବୁ ପରେ ବି ସଂପୃକ୍ତ ନେତାଙ୍କ ଉପରେ ଜିଲ୍ଲାପାଳ କାର୍ଯ୍ୟାନୁଷ୍ଠାନ ନେବାକୁ କାହିଁକି ପଛଘୁଞ୍ଚା ଦେଉଛନ୍ତି ତାହା ଏବେ ଜିଲ୍ଲାରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।

ଓଲଟି ଯେଉଁ ଆଦିବାସୀ ବ୍ଲକ୍‌ ଅଧ୍ୟକ୍ଷା ବିଜେଡି ନେତାଙ୍କ ନାମରେ ଅଭିଯୋଗ ଆଣିଥିଲେ ତାଙ୍କୁ ଅନାସ୍ଥା ଭୋଟ୍‌ ମାଧ୍ୟମରେ ବହିଷ୍କାର କରିଦିଆଯାଇଛି। ଯେଉଁ ବାହୁବଳୀ ବିଜେଡି ନେତାଙ୍କ ନାମରେ ୮୦ କୋଟି ଟଙ୍କା ଚଳୁର ଅଭିଯୋଗ ଆସିଛି ଓ ଉପଜିଲ୍ଲାପାଳ ଏହାର ପ୍ରମାଣ ମଧ୍ୟ ପାଇଛନ୍ତି ସେ ଜଣେ ପ୍ରଭାବଶାଳୀ ମନ୍ତ୍ରୀଙ୍କ ଅତି ନିକଟତର ଓ ଜିଲ୍ଲାରେ ତାଙ୍କ ପାଇଁ ପାଣ୍ଠିଯୋଗାଡ଼ କରିବାରେ ପ୍ରମୁଖ ଭୂମିକା ନେଉଛନ୍ତି ବୋଲି ଚର୍ଚ୍ଚାହୁଏ। ଜିଲ୍ଲାପାଳ ସବୁ ପ୍ରମାଣ ପାଇଥିବା ସତ୍ତ୍ବେ ସେଇ ପ୍ରଭାବଶାଳୀ ମନ୍ତ୍ରୀଙ୍କ ଚାପରେ କାର୍ଯ୍ୟାନୁଷ୍ଠାନ ନେଇପାରୁନାହାନ୍ତି ବୋଲି ସାଧାରଣରେ ସନ୍ଦେହ ଉପୁଜିଛି।

ଉପରୋକ୍ତ ଘଟଣାରେ ନୟାଗଡ଼ ବିଜେଡିର ବାହୁବଳୀ ନେତା ତଥା ଭାପୁର ବ୍ଲକ ଉପାଧ୍ୟକ୍ଷ ଗୟାଧରୀ ପରିଡ଼ାଙ୍କ ଗିରଫ ଦାବି କରିଛି ଦଳିତ-ଆଦିବାସୀ ସୁରକ୍ଷା ମଞ୍ଚ। ବୁଧବାର ଦିନ ପାରମ୍ପରିକ ଅସ୍ତ୍ରଶସ୍ତ୍ର ସହ ଶହ ଶହ ଦଳିତ ଓ ଆଦିବାସୀ ସଂପ୍ରଦାୟର ଲୋକ ନୟାଗଡ଼ ଜିଲ୍ଲାପାଳ ଅଫିସ୍‌ ଘେରାଉ କରିବା ସହ ଧାରଣା ଗିରଫ ଦାବିରେ ଦେଇଥିଲେ।

ଜୁଲାଇ ୧୧ ତାରିଖ ଦିନ ଭାପୁର ପଞ୍ଚାୟତ ସମିତିର ଅଧ୍ୟକ୍ଷା ଶାନ୍ତିଲତା ବେହେରୋ ବ୍ଲକ୍‌ ଉପାଧ୍ୟକ୍ଷ ଗୟାଧର ପରିଡ଼ାଙ୍କ ନାମରେ ସଙ୍ଗୀନ ଅଭିଯୋଗ ଆଣିଥିଲେ। ସେ ଶ୍ରୀ ପରିଡ଼ାଙ୍କ ନାମରେ ସରକାରୀ କାର୍ଯ୍ୟରେ ଅନିୟମିତତା, ସରକାରୀ ଟଙ୍କାର ଆତ୍ମସାତ ଓ ଜାଲ୍‌ ଦସ୍ତଖତରେ ଟଙ୍କା ଲୁଟୁଥିବାର ଅଭିଯୋଗ ଆଣିଥିଲେ। ଏନେଇ ସେ ଫତେଗଡ଼ ଥାନାରେ ଏକ ଅଭିଯୋଗ ପତ୍ର ମଧ୍ୟ ଦାଖଲ କରିଥିଲେ।

ଶ୍ରୀମତି ବେହେରା ଅଭିଯୋଗ ପତ୍ରରେ ଲେଖିଥିଲେ ଯେ, ବ୍ଲକ୍‌ ଉପାଧ୍ୟକ୍ଷ ଗୟାଧର ପରିଡ଼ା ତାଙ୍କୁ ସରକାରୀ କାର୍ଯ୍ୟ କରିବାକୁ ସୁଯୋଗ ଦେଉ ନାହାନ୍ତି। ସେ ବେନିୟମ ଭାବେ ବ୍ଲକରେ ଥିବା ଅଧ୍ୟକ୍ଷାଙ୍କ ବ୍ୟକ୍ତିଗତ କାର୍ଯ୍ୟାଳୟକୁ ସମ୍ପୂର୍ଣ୍ଣ ଭାବେ ମାଡ଼ି ବସିଛନ୍ତି। ଗତ ଦୁଇ ବର୍ଷ ହେଲାଣି ଅଧ୍ୟକ୍ଷାଙ୍କ ଅଜାଣତରେ ସମସ୍ତ ସରକାରୀ କାର୍ଯ୍ୟ ବେନିୟମ ଭାବେ ଗୟାଧର ପରିଡ଼ା କରୁଛନ୍ତି ବୋଲି ଅଭିଯୋଗରେ ଉଲ୍ଲେଖ ଅଛି।

ସରକାରୀ ଲେଟର ପ୍ୟାଡ୍‌ର ନକଲ ଓ ଦସ୍ତଖତକୁ ଜାଲିଆତି କରି ବହୁ ଟଙ୍କା ହଡ଼ପ କରିବା ସହିତ ଅନେକ ବିଲ୍‌ ପେମେଣ୍ଟ କରାଯାଇଥିବା ଅଭିଯୋଗ ଆଣିଥିଲେ ଶ୍ରୀମତି ବେହେରା। ପାଖାପାଖି ୮୦ କୋଟି ଟଙ୍କାର ମିଥ୍ୟା ବିଲ୍‌ ଗୟାଧର ପରିଡ଼ା କରାଇ ନେଇଛନ୍ତି ବୋଲି ଚର୍ଚ୍ଚା ହେଉଛି।

ନୟାଗଡ଼ ବିଧାୟକ ତଥା କୃଷିମନ୍ତ୍ରୀ ଅରୁଣ କୁମାର ସାହୁଙ୍କ ବେଶ୍‌ ଘନିଷ୍ଠ ଭାବେ ଜିଲ୍ଲାରେ ଜଣାଶୁଣା ଗୟାଧର ପରିଡ଼ା ବିଜୁ ଜନତା ଦଳର ବରିଷ୍ଠ ନେତା। ସେ ଦୀର୍ଘ ୧୫ ବର୍ଷ ଧରି ଭାପୁର ବ୍ଲକ୍ ବିଜେଡିର ସଭାପତି ଥିବା ବେଳେ ଭାପୁର ପଞ୍ଚାୟତ ସମିତିର ଥରେ ଅଧ୍ୟକ୍ଷ ଓ ଦୁଇଥର ଉପାଧ୍ୟକ୍ଷ ହୋଇଛନ୍ତି।

Leave A Reply

Your email address will not be published.