Odisha Link
Bridging the Missing Links in Odisha

ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆ ଅସୁସ୍ଥ

ସମ୍ବଲପୁର: ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆ ଅସୁସ୍ଥ। ସୁପ୍ରସିଦ୍ଧ ସଙ୍ଗୀତ ‘ରଙ୍ଗବତୀ’ର ସ୍ରଷ୍ଟା ମିତ୍ରଭାନୁ ଗୌନ୍ତିଆଙ୍କ ଛାତିିରେ ଯନ୍ତ୍ରଣା ହେବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଗତକାଲି ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆଙ୍କୁ ପ୍ରଥମେ କୁଚିଣ୍ଡା ମେଡିକାଲରେ ନିଆଯାଇଥିଲା। ପରେ ଏକ ଘରୋଇ ନର୍ସିଂହୋମରେ ଭର୍ତ୍ତି କରାଯାଇଥିଲା। ସେଠାରେ ପୁଣି ବୁର୍ଲା ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି। ତାଙ୍କୁ ବର୍ତ୍ତମାନ ବୁର୍ଲା ମେଡିକାଲର କାର୍ଡିଓଲୋଜି ବିଭାଗରେ ରଖି ଚିକିତ୍ସା କରାଯାଉଥିବା ସୂଚନା ରହିଛି।

ସୂଚନାଯୋଗ୍ୟ, ୧୯୪୨ ମସିହା ମାର୍ଚ୍ଚ ୧୭ ତାରିଖରେ ସମ୍ବଲପୁର ଜିଲ୍ଲାର ବିଲୁଙ୍ଗା ଗାଁରେ ଜନ୍ମଗ୍ରହଣ କରିଥିଲେ ଗୌନ୍ତିଆ। ମାତ୍ର ୧୫ ବର୍ଷ ବୟସରୁ ସେ ସମ୍ବଲପୁରୀ ଲୋକଗୀତ ଲେଖିବା ଆରମ୍ଭ କରିଥିଲେ। ତାଙ୍କ ଗୀତ ୧୯୭୮ ମସିହାରେ ପ୍ରଥମ ଥର ପାଇଁ ସମ୍ବଲପୁସ୍ଥିତ ଅଲ ଇଣ୍ଡିଆ ରେଡିଓରେ ପ୍ରସାରିତ ହୋଇଥିଲା। ଏହାପରେ ତାଙ୍କ ଦ୍ୱାରା ରଚିତ ‘ରଙ୍ଗବତୀ’ ବେଶ୍‌ ଲୋକପ୍ରିୟତା ହାସଲ କରିଥିଲା