Odisha Link
Bridging the Missing Links in Odisha

କେନ୍ଦ୍ରାପଡ଼ା: ଆଜିଠୁ ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ, ବିଜେଡି ହୋର୍ଡିଂରୁ ହଟିଲେ ଅନୁଭବ

କେନ୍ଦ୍ରାପଡ଼ା: ବିଜୁ ସ୍ବାସ୍ଥ୍ୟବୀମା କାର୍ଡ ଯୋଜନାରେ ଆଜି ସାମିଲ ହେବ କେନ୍ଦ୍ରାପଡ଼ା ଜିଲ୍ଲା। କେବଳ ସେତିକି ନୁହେଁ ୧୫୨୬ କୋଟିରୁ ଅଧକ ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ଭିଡିଓ କନଫରେନ୍ସ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ। ସ୍ବାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ, ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ ଏଥିରେ ସାମିଲ୍‌ ହେବାର କାର୍ଯ୍ୟକ୍ରମ ରହିଛି।

ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଏବ˚ ୨ ମନ୍ତ୍ରୀଙ୍କୁ ସ୍ବାଗତ ନିମନ୍ତେ କେନ୍ଦ୍ରାପଡ଼ା ସହରର ବିଭିନ୍ନ ସ୍ଥାନରେ ହୋର୍ଡି˚, ବ୍ୟାନର୍ ଲଗାଯାଇଛି। ମୁଖ୍ୟମନ୍ତ୍ରୀ, ମନ୍ତ୍ରୀଙ୍କ ସମେତ ଜିଲ୍ଲାର ପାଞ୍ଚ ବିଧାୟକଙ୍କ ଫଟୋ ଶୋଭା ପାଇଥିବା ବେଳେ ସା˚ସଦ ଅନୁଭବ ମହାନ୍ତିଙ୍କ ଫଟୋ ଗାଏବ୍‌ ହୋଇଯାଇଛି। ସବୁଠୁ ବଡ଼କଥା ହେଲା ସହରରେ ଲାଗିଥିବା ପୋଷ୍ଟରରେ ନାହିଁ ଅନୁଭବଙ୍କ ଫଟୋ। ଠିକ୍‌ ଯେମିତି କଟକରେ ସା˚ସଦ ଭର୍ତ୍ତୃହରି ମହତାବଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଥିଲା।

କଟକରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସ୍ମାର୍ଟ ସ୍ବାସ୍ଥ୍ୟ କାର୍ଡ ବଣ୍ଟନର ଶୁଭାରମ୍ଭ ସୋମବାର ମୁଖ୍ୟମନ୍ତ୍ରୀ ନିଜେ ଯାଇ କରିଥିଲେ। ହେଲେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇବାକୁ ଯାଇ ସାରା ଜିଲ୍ଲାର ବିଧାୟକଙ୍କ ଫଟୋ ଥିବା ହୋର୍ଡି˚ ଯେଉଁ ସହରରେ ମରାଯାଇଥିଲା, ସେଥିରେ ସା˚ସଦ ଭର୍ତ୍ତୃହରି ମହତାବଙ୍କ ଫଟୋ ନ ଥିଲା। ତେଣୁ ସା˚ସଦ ଭର୍ତ୍ତୃହରିଙ୍କ ପରି ଅନୁଭବ ବି ବିଜେଡି ପାଇଁ ଯେ ସମ୍ପୂର୍ଣ୍ଣ ଅଲୋଡ଼ା ହେଇଯାଇଥିବା ନେଇ ରାଜନୈତିକ ମହଲରେ ଖୁବ୍‌ ଚର୍ଚ୍ଚା ହେଉଛି।

କେବଳ ସେତିକି ନୁହେଁ ସା˚ସଦଙ୍କ ଫଟୋ ବ୍ୟାନରରୁ ବାଦ୍‌ ପଡ଼ିବା ଘଟଣା କିଛି ନୂଆ ନୁହେଁ। ଅତୀତରେ ଜିଲ୍ଳାର ଏକାଧିକ ଦଳୀୟ ଓ ସରକାରୀ କାର୍ଯ୍ୟକ୍ରମରେ ସା˚ସଦଙ୍କ ଫଟୋ ହେଉ କି’ ଫଳକରେ ନାଁ ଦେଖିବାକୁ ମିଳିନାହିଁ। ଅବସ୍ଥା ଏମିତି ଯେ ଯେଉଁ ପ୍ରକଳ୍ପର ଶିଳାନ୍ୟାସ ସା˚ସଦ କରିଥିଲେ, ତାର ଉଦ୍‌ଘାଟନ ବେଳକୁ ତାଙ୍କୁ ଡକାଯିବା ତ ଦୂରର କଥା ଫଳକରେ ନାଁ ବି ରଖାଯାଇ ନଥିବା ଦେଖିବାକୁ ମିଳିଛି।

ଅଭିନେତ୍ରୀ ପତ୍ନୀଙ୍କ ସହିତ ପାରିବାରିକ ହି˚ସା ମାମଲାରେ ଫସିବା ପରଠାରୁ ଅନୁଭବଙ୍କୁ ଦଳ ଦୂରେଇ ଦେଇଥିବା ନେଇ ସାଧାରଣରେ ଏକ ଧାରଣା ସୃଷ୍ଟି ହୋଇ ସାରିଛି। ଆଉ ଏହି ଧାରଣା ଏବେ ସତ ହେବାରେ ଲାଗିଛି, ଯେତେବେଳେ କି’ ମୁଖ୍ୟମନ୍ତ୍ରୀ କେନ୍ଦ୍ରାପଡ଼ା ଜିଲ୍ଲା ପାଇଁ ସ୍ମାର୍ଟର୍ ସ୍ବାସ୍ଥ୍ୟ କାର୍ଡ ବଣ୍ଟନର ଶୁଭାରମ୍ଭ ଏବ˚ ୧୫୨୬କୋଟିରୁ ଅଧିକ ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିବା ପରିପ୍ରେକ୍ଷୀରେ ଲଗାଯାଇଥିବା କୃତଜ୍ଞତା ବ୍ୟାନରରେ ସା˚ସଦଙ୍କୁ ସ˚ପୂର୍ଣ୍ଣ ଉପେକ୍ଷା କରାଯାଇ ଦୁଇ ମନ୍ତ୍ରୀ ଏବ˚ ଜିଲ୍ଲାର ପାଞ୍ଚ ବିଧାୟକଙ୍କ ଫଟୋ ରହୁଛି। ଏଥିରୁ ବାର୍ତ୍ତା ସ୍ପଷ୍ଟ ମନେ ହେଉଛି ଯେ ବିଜେଡିରେ ଅନୁଭବ ସ˚ପୂର୍ଣ୍ଣ ଅଲୋଡ଼ା ହେଇସାରିଛନ୍ତି।

Leave A Reply

Your email address will not be published.